ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଦଳ ଘୋଷଣା କଲେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଓ୍ବେଷ୍ଟଇଣ୍ଡିଜ : ଅସନ୍ତୁଷ୍ଟ ହୋଇ ଅଧିନାୟକ ପଦରୁ ଇସ୍ତଫା ଦେଲେ ରାସିଦ ଖାନ

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦/୦୯ : ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ କବ୍‌ଜା କରିନେବା ପରେ ସେଠାରେ ନୂଆ ସରକାର ଗଠନ କରିଛି ତାଲିବାନ । କ୍ରିକେଟ ଖେଳିବା ପାଇଁ ତାଲିବାନ ଗ୍ରୀନ ସିଗ୍‌ନାଲ ଦେବା ପ​‌​‌ରେ ଆସନ୍ତା ବିଶ୍ବକପ ପାଇଁ ସଜବାଜ ହେଉଛି ଆଫଗାନିସ୍ତାନ । ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ଏହା ପୂର୍ବରୁ ଅନେକ ଟିମ ନିଜର ସ୍କ୍ବାଡ୍‌ ଘୋଷଣା କରିବାରେ ଲାଗିଛନ୍ତି ।

ଏହି କ୍ରମରେ ବର୍ତ୍ତମାନ ତାଲିବାନ କବ୍‌ଜାରେ ଥିବା ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି । ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଦଳର ଅଧିନାୟକ ପଦରୁ କିନ୍ତୁ ଇସ୍ତଫା ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରାସିଦ ଖାନ । ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ରାସିଦଙ୍କୁ ଦଳ ପକ୍ଷରୁ ଅଧିନାୟକ ଘୋଷଣା କରାଯିବା ପରେ ପରେ ହଠାତ୍‌ ସେ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା କଥା ସୋସିଆଲ ମିଡିଆରେ ପୋଷ୍ଟ କରିଜଣାଇଛନ୍ତି ।

ରାସିଦ ଖାନ ଇସ୍ତଫା ଦେବା ପରେ କହିଛନ୍ତି, ‘ଦେଶ ପାଇଁ ଖେଳିବା ଗର୍ବର ବିଷୟ । କିନ୍ତୁ ଦଳ ଚୟନ ବେଳେ ଅଧିନାୟକ ଭାବେ ମୋର ପରାମର୍ଶ ନେଇନାହିଁ ଟିମ । ବିଶ୍ବକପ ପାଇଁ ଦଳ ଘୋଷଣା ହେଉଥିଲେ ସୁଦ୍ଧା ମୋର ପରାମର୍ଶ ମଧ୍ୟ ନେଇନାହିଁ ଏସିବି । ତେଣୁ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେଉଛି । ଆଫଗାନିସ୍ତାନ ପାଇଁ ଖେଳିବା ମୋ ପାଇଁ ସର୍ବଦା ଗର୍ବର ବିଷୟ ।’

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଆଫଗାନିସ୍ତାନ ଟିମ : ରାସିଦ ଖାନ ( ଅଧିନାୟକ), ରାହମନୁଲ୍ଲା ଗୁରବାଜ୍‌ (ଓ୍ବିକେଟକିପର), ହଜରାତୁଲ୍ଲା ଜାଜାଇ, ଉସମାନ ଘାନୀ, ଅସଗର ଆଫଗାନ, ମହମ୍ମଦ ନବୀ, ଜାଜବୁଲ୍ଲା ଜାଦରାନ୍‌, ହସମତୁଲ୍ଲା ସାହିଦି, ମହମ୍ମଦ ସେହଜାଦ, ମୁଜୀବୁର ରେହମାନ, କରୀମ ଜନାତ୍‌, ନବୀନ ଉଲ୍ଲହକ୍‌, ହମୀଦ ହାସନ, ସରାଫୁଦ୍ଦୀନ ଅସରଫ୍‌, ଦୌଲତ୍‌ ଜଦରନ୍‌, ସାପୁର ଜଦରନ୍‌ ଏବଂ କ୍ବାଇସ୍‌ ଅହମ୍ମଦ

ଷ୍ଟାଣ୍ଡବାଇ ଫ୍ଲେୟାର : ଅଫସର୍‌ ଜାଜାଇ ଏବଂ ଫରିଦ୍‌ ଅହମ୍ମଦ ମାଲିକ

wp:embed {"url":"https://twitter.com/ICC/status/1436204357389885444","type":"rich","providerNameSlug":"twitter","responsive":true}
https://twitter.com/ICC/status/1436204357389885444
/wp:embed

ସେହିଭଳି ବାଂଲାଦେଶ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଦଳ ଘୋଷଣା କରିଛନ୍ତି ।

ବାଂଲାଦେଶ ସ୍କ୍ବାଡ୍‌ : ମହମୁଦ ଉଲ୍ଲା (କ୍ୟାପଟେନ), ନଇମ ଶେଖ୍, ସୌମ୍ୟ ସରକାର, ଲିଟନ କୁମେର ଦାସ, ସାକିବ୍‌ ଅଲ ହାସନ, ମୁଶଫିକର ରହିମ, ଆଫିଫ୍ ହୁସେନ, ନୁରୁଲ ହାସନ ସୋହନ, ଶକ୍‌ ମହେଦୀ ହାସନ, ନାସୁମ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଶୋରଫୁଲ ଇସଲାମ ହୁସେନ୍, ତସ୍କିନ୍‌ ଅହମ୍ମଦ, ସଇଫ୍‌ ଉଦ୍ଦିନ୍‌, ସମିମ୍‌ ହୁସେନ୍‌

ଷ୍ଟାଣ୍ଡବାଇ ପ୍ଲେୟାର : ରୁବେଲ ହୁସେନ୍‌ ଏବଂ ଅମିନୁଲ୍‌ ଇସଲାମ ବିପ୍ଳବ

wp:embed {"url":"https://twitter.com/ICC/status/1436170365894529025","type":"rich","providerNameSlug":"twitter","responsive":true}
https://twitter.com/ICC/status/1436170365894529025
/wp:embed

୨୦୧୬ ବିଶ୍ବକପ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଆସନ୍ତା ବିଶ୍ବକପ ପାଇଁ ଦଳ ଘୋଷଣା କରିଛି ।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ସ୍କ୍ବାଡ୍ : କିରନ୍ ପୋଲାର୍ଡ (କ୍ୟାପଟେନ୍), ନିକୋଲାସ୍ ପୁରାନ୍ (ଭାଇସ୍ କ୍ୟାପଟେନ୍), ଫାବିଆନ୍ ଆଲେନ୍, ଡ୍ବେନ୍‌ ବ୍ରାଭୋ, ରୋଷ୍ଟନ୍ ଚେଜ୍, ଆଣ୍ଡ୍ରେ ଫ୍ଲେଚର୍, କ୍ରିସ୍ ଗେଲ୍, ସିମ୍ରନ୍ ହେଟମାୟର, ଇଭିନ୍ ଲୁଇସ୍, ଓବେଡ୍ ମ୍ୟାକ କୋଏ, ଲେଣ୍ଡଲ ସିମନ୍ସ, ରବି ରାମପାଲ, ଆନ୍ଧେ୍ର ରସେଲ, ଓସେନ୍ ଥୋମାସ, ହେଡେନ ୱାଲ୍ସ

ଷ୍ଟାଣ୍ଡବାଇ ପ୍ଲେୟାର: ଡାରେନ୍ ବ୍ରାଭୋ, ସେଲଡନ୍ କୋଟ୍ରେଲ୍, ଜେସନ୍ ହୋଲଡର୍, ଆକିଲ୍ ହୋସେନ୍

wp:embed {"url":"https://twitter.com/ICC/status/1436140199222906886","type":"rich","providerNameSlug":"twitter","responsive":true}
https://twitter.com/ICC/status/1436140199222906886
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.