ଆଫଗାନ ମିଲିଟାରୀ କ୍ୟାମ୍ପ ଉପରେ ଆକ୍ରମଣ, ୨୭ ସୁରକ୍ଷାବଳ ମୃତ

Published By : Prameya-News7 Bureau | March 20, 2020 IST

କାବୁଲ ୨୦।୦୩: ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ବୁଝାମଣା ଶେଷ ହେବା ପରେ ଆଫଗାନିସ୍ତାନ ସେନା ଉପରେ ଶୁକ୍ରବାର ଏପର୍ଯ୍ୟନ୍ତ ସବୁଠୁ ବଡ ଆକ୍ରମଣ ହୋଇଛି। ଏଥିରେ ୨୭ ଆଫଗାନ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।

ସେନା ଉପରେ ହୋଇଥିବା ଆକ୍ରମଣକ ପାଇଁ ଆଫଗାନିସ୍ତାନ ସରକାର ତାଲିବନାକୁ ଦାୟୀ କରିଛି। ଆମେରିକା ଗତ ମାସରେ ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାର କରିବା ଏବଂ ଦେଶରେ ଶାନ୍ତି କାଏମ ପାଇଁ ତାଲିବାନ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା।

ରାଜିନାମା ଅନୁଯାୟୀ, ତାଲିବାନକୁ ଦେଶରେ ନିରନ୍ତର ଶାନ୍ତି ପାଇଁ ଆଫଗାନ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ସହିତ ଆଲୋଚନା ହେବାର ଥିଲା, ମାତ୍ର କଏଦୀଙ୍କୁ ମୁକ୍ତ କରିବା ନେଇ ଅସହମତି ଯୋଗୁଁ ଏହି ଆଲୋଚନା  ହୋଇ ପାରିନଥିଲା।

ପ୍ରାନ୍ତୀୟ ପରିଷଦର ସଦସ୍ୟ ହାଜି ଅତା ଜାନ ହକ୍କଙ୍କ ବୟାନ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ଜାବୁଲର ଦକ୍ଷିଣ ପ୍ରାନ୍ତରେ ଆଫଗାନ ରାଷ୍ଟ୍ରୀୟ ସୁରକ୍ଷା ବଳର ସୈନ୍ୟ ଆଡ୍ଡା ଉପରେ ସଶସ୍ତ୍ର ତାଲିବାନ ଆକ୍ରମଣ କରିଥିଲେ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସଂର୍ଘଷ ଜାରି ରହିଥିଲା, ଯେଉଁଥିରେ ଆଫଗାନିସ୍ତାନ ବଳର ୨୭ ଯବାନଙ୍କୁ ଛାଡି ଦିଆଯାଇଥିଲା। କିନ୍ତୁ ଏହି ଆକ୍ରମଣ ଅନୁପ୍ରବେଶକାରୀଙ୍କ ଦ୍ଵାରା ହୋଇଥିବା ଜାବଲ ପ୍ରାନ୍ତୀୟ ଗଭର୍ଣ୍ଣର କହିଛନ୍ତି। ଏହି ଆକ୍ରମଣରେ ଆଫଗାନର ୨୭ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.