Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୯ଶହ ତାଲିବାନ କଏଦୀଙ୍କୁ ମୁକ୍ତ କଲେ ଆଫଗାନିସ୍ତାନ ସରକାର

27/05/2020 at 12:25 PM

କାବୁଲ ୨୭।୦୫: ଆଫଗାନିସ୍ତାନ ସରକାର ମଙ୍ଗଳବାର ୯ଶହ କଏଦୀଙ୍କୁ ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ । ଏହା ଅନୁଯାୟୀ ଶତାଧିକ କଏଦୀ ମୁକ୍ତ ହୋଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ପରେ କଏଦୀଙ୍କୁ ମୁକ୍ତ କରିବା ଏହା ପ୍ରଥମ ଘଟଣା । ଯେତେବେଳେ ଏତେ ସଂଖ୍ୟକ କଏଦୀ ମୁକ୍ତ ହୋଇଛନ୍ତି ।

ଚୁକ୍ତ ଅନୁଯାୟୀ, ବନ୍ଦୀମାନଙ୍କ ଅଦଳବଦଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେବେ ତାଲିବାନ ସହ ତିନି ଦିନିଆ ଅସ୍ତ୍ରବିରତୀ ହେବା ପରେ ଆଫଗାନିସ୍ତାନ ସରକାର ଏଭଳି ଘୋଷଣା କରିଥିଲେ ।  ସବୁଠାରୁ ବଡ ହେଉଛି କି  ମୁସଲମାନଙ୍କ ପର୍ବ ଇଦ୍-ଉଲ୍-ଫିତର ଅବସରରେ ତାଲିବାନମାନେ ତିନି ଦିନ ପାଇଁ ଅସ୍ତ୍ରବିରତି ପାଇଁ ଘୋଷଣା କରିଥିଲା। ଆଫଗାନିସ୍ତାନ ସରକାର ବନ୍ଦୀମାନଙ୍କୁ ମୁକ୍ତ କରିବା ଘୋଷଣା ଦ୍ୱାରା ହିଂସାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି ।

   Related Posts