କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି ଜୈସ ଇ ମହମ୍ମଦ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬।୦୪: ଆଫଗାନିସ୍ତାନରେ ନଙ୍ଗରହାର ପ୍ରାନ୍ତରେ ସୋମବାର ରାତିରେ ବିଶ୍ଵ ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦର ଏକ କ୍ୟାଡର ଭାରତୀୟ ଗୁଇନ୍ଦା ଏଜେନ୍ସି କରିଥିବା ସେହି ଆକଳନର ସୂଚନା ଦେଇଛି ଯେ, ପାକିସ୍ତାନର ସେଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ କାଶ୍ମୀର ପାଇଁ ଏକ ଆତଙ୍କବାଦୀ ଗୋଷ୍ଠୀକୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି।

ଆଫଗାନ ସେନା ନଙ୍ଗରହାରର ମୁହମଣ୍ଡ ଦାରାରେ ଏକ ତାଲିବାନି ଶିବିର ଭାବେ ଚଢାଉ କରିଥିଲା। ସେହି ସମୟରେ ଗୁଳି ମାଡ ମଧ୍ୟ ହୋଇଥିଲା। ଏପ୍ରିଲ ୧୩-୧୪ ରାତିରେ ହୋଇଥିବା ଏହି ଗୁଳିମାଡରେ ଚାରି ଜଣ ଆଫଗାନିସ୍ତାନ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେଥି ମଧ୍ୟରୁ କେବଳ ୫ ଜଣ ଆଫଗାନ ତାଲିବାନି ଥିଲେ। ଅନ୍ୟ ୧୦ ଜଣ ଜୈଶ ଇ ମହମ୍ମଦର ଆତଙ୍କୀ ଥିଲେ। ଯାହାଙ୍କୁ ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଗତିବିଧି ପାଇଁ ପ୍ରତିକ୍ଷିତ କରାଯାଇଥିଲା। ଏହି ଏନକାଉଣ୍ଟରରେ ବର୍ତ୍ତି ଯାଇଥିବା ଜୈଶର ଜଣେ ଆତଙ୍କୀକୁ ଆଫଗାନ ସେନା ଗିରଫ କରିଛନ୍ତି।

{"id":255433,"sizeSlug":"large"}

ଦିଲ୍ଲୀ ଓ କାବୁଲରେ ଆତଙ୍କବାଦୀ ନିରୋଧୀ ସଂସ୍ଥା କହିଛି ଯେ, ମସୁଦ ଅଜହର ଜୈଶ ଇ ମହମ୍ମଦର ସ୍ଥାପନା କରିଛି, ଯାହା ତାଲିବାନ ସହିତ ଦେବବନ୍ଦୀ ନାଭି ସମ୍ବନ୍ଧୀୟ ସୂଚନା ଆଦାନ ପ୍ରଦାନ କରିଥାଏ। ନଙ୍ଗରହାର ପ୍ରାନ୍ତରେ ଚାରି ତାଲିବାନି ଶିବିର ସହିତ ତିନି ଶିବିର ଜୈଶ ଇ ମହମ୍ମଦ ସହିତ ଜଡିତ। ଏମାନଙ୍କ ଉଦ୍ଦେଶ୍ୟ କାଶ୍ମୀରରେ ଆତଙ୍କ ଖେଳାଇବା।

ଉଲ୍ଲେଖଯୋଗ୍ୟ, ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ଆତଙ୍କବାଦୀ ମୌଲାନା ମସୁଦ ଅଝହର ସଂପ୍ରତି ସ୍ଵାସ୍ଥ୍ୟବସ୍ଥା କାରଣରୁ ଆତଙ୍କବାଦୀଙ୍କ ମୁଖ୍ୟାଳୟ ପାକିସ୍ତାନର ବାହାଓ୍ଵାଲପୁର ସ୍ଥିତ ମରକଜ ଇ ଉସମାନ ଅ ଅଲିରେ ରହୁଛି। ତେଣୁ ତାର ସାନ ଭାଇ ମୁଫତି ରଉଫ ଆତଙ୍କୀ ଗୋଷ୍ଠୀର ସଞ୍ଚାଳନ ଦାୟିତ୍ଵ ସମ୍ଭାଳିଛି।

ଗୁଇନ୍ଦା ରିପୋର୍ଟରୁ ସଙ୍କେତ ମିଳିଛି ଯେ, ଜୈଶର ବାସ୍ତବିକ ଗୋଷ୍ଠୀର ପ୍ରମୁଖ ମୁଫତି ଓରଫ ରଉଫ ଅସଗରର ପୁଅ ବଲି ଅଜହର ମଧ୍ୟ ଏହି ଶିବିରରେ ପ୍ରଶିକ୍ଷଣ ନେଉଛି ଯାହାର ନେତୃତ୍ଵ ପୂର୍ବେ ଆଫଗାନ ଯୁଦ୍ଧ ଓ ହରକତ ଅଲ ମୁଜାହିଦ୍ଦିନ ହରକତ ଉଲ ମୁଜାହିଦ୍ଦିନ ନେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.