ତାଲିବାନ ପାଲଟିଲା ପାକିସ୍ତାନ: ଆଫ୍‌ଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ନିର୍ଯାତନା, ଗୁରୁତର ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | July 17, 2021 IST

ଇସ୍ଲାମାବାଦ୧୭/୭: ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ କରାଯାଇଛି। କିନ୍ତୁ ଅପହରଣର କିଛି ସମୟ ପରେ ତାଙ୍କୁ ଛାଡ଼ିଛନ୍ତି ଅପହରଣକାରୀ। ମିଳିଥିବା ସୂଚନା ଅନୁସାରେ, ଆଫଗାନ ରାଷ୍ଟ୍ରଦୂତ ନଜୀବୁଲ୍ଲାହ ଅଲିଖିଲଙ୍କ ଝିଅ ସିଲସିଲା ଅଲିଖିଲଙ୍କୁ ଅପହରଣ କରାଯିଇଥିଲା। ତାଙ୍କୁ ଛାଡ଼ିବା ପୂର୍ବରୁ ବହୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ କଡ଼ା ନିନ୍ଦା କରିଥିବା ବେଳେ ପାକସ୍ତାନରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଛି।

ଗୁରୁତର ଅବସ୍ଥା​‌ରେ ଛାଡ଼ିଲେ
ଇସ୍ଲାମାବାଦରୁ ପ୍ରଥମେ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ନିର୍ଯାତନା ଦେବା ସହ ଗୁରୁତର ଅବସ୍ଥାରେ ତହଜୀବ ବେକରୀ ନିକଟରେ ଛାଡ଼ିଦେଇ ଚାଲିଯାଇଥିଲେ ଅପହରଣକାରୀ। କିନ୍ତୁ କିଏ ସିଲସିଲାଙ୍କୁ ଅପହରଣ କରିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆହତ ସିଲସିଲା ଅଲିଖିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଫଗାନ ବୈଦେଶିକ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି
ଆଫଗାନିସ୍ତାର ବୈଦେଶିକ ମନ୍ତ୍ରାଳୟ ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନରେ ମୁତୟନ ସମସ୍ତ ଅଧିକାରୀଙ୍କ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଛି। ଏହା ସହ ଘଟଣା ସମ୍ପର୍କରେ ପାକ୍‌ ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯିବ ବୋଲି ଆଫଗାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.