ଅଗଷ୍ଟ ୩୧ରେ ଆଫଗାନିସ୍ତାନରୁ ଶେଷ ହେବ ସୈନ୍ୟ ଅପରେସନ, ବାଇଡେନ କହିଲେ ପୂରଣ ହୋଇଛି ଆମେରିକାର ଉଦ୍ଦେଶ୍ୟ

Published By : Prameya-News7 Bureau | July 10, 2021 IST

ୱାସିଂଟନ :  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରେ ସୈନ୍ୟ ଅପରେସନ ସମାପ୍ତ ଘୋଷଣା କରିଛନ୍ତି। ଆମେରିକା ଯେଉଁ ଉଦ୍ଦେଶ୍ୟରେ ଏହି ଅପରେସନ ହାତକୁ ନେଇଥିଲା ତାହା ସଫଳ ହୋଇଥିବା ବାଇଡେନ ତାଙ୍କ ସମ୍ବୋଧନରେ କହିଛନ୍ତି।  ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଅଲ-କାଏଦାର ବିନାସ, ଏହା ନେତା ଓସାମା ବିନ ଲାଡେନକୁ ତାର ଚରମ ଗତି ପ୍ରଦାନ ଓ ଆମେରିକା ଉପରେ ଆତଙ୍କବାଦ ଆକ୍ରମଣ ରୋକିବା ଏହି ଅପରେସନର ଉଦ୍ଦେଶ୍ୟଥିଲା। ଯାହା ଆଫଗାନିସ୍ତାନରେ ୩୧ ଅଗଷ୍ଟରୁ ଶେଷ ହୋଇଯିବ ବୋଲି ସେ କହିଛନ୍ତି।

{"id":478635,"width":839,"height":472,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ୨୦ ବର୍ଷ ପୂର୍ବେ ଆମେରିକା ଯେଉଁ ନୀତିରେ ଏହି ଯୋଜନା ହାତକୁ ନେଇଥିଲା ସେଥିରେ ଅଟକି ରହିପାରିବନି। ଅମେରିକା ସେଠାକୁ ଦେଶ ଗଠନ ଲାଗି ଯାଇ ନଥିଲା। ତା ବିରୋଧରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟା ଦେବାକୁ ଯାଇଥିଲା ଓ ଏଥିଲାଗି ଧାର୍ଯ୍ୟ ପ୍ରତ୍ୟେକ ଲକ୍ଷ ଆମେରିକା ହାସଲ କରିସାରିଛି। ଏବେ ଆଫଗାନିସ୍ତାନ ନିଜେ ନିଜର ପୁନର୍ଗଠନ କରୁ ବୋଲି ବାଇଡେନ କହିଛନ୍ତି।

{"id":478637,"width":839,"height":466,"sizeSlug":"large","linkDestination":"none"}

ଆଫଗାନ ଲୋକେ ନିଜେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଓ ଏଥିପାଇଁ ସେମାନେ ସକ୍ଷମ ବୋଲି ବାଇଡେନ ଆଶାବ୍ୟକ୍ତ କରିଛନ୍ତି। ତେବେ ଭାଷଣରେ ବାଇଡେନ ଆଫଗାନ ସୁରକ୍ଷା ବଳଙ୍କ ଉପରେ ନିଜର ଭରସା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମେ ତାଲିବାନଙ୍କ ଉପରେ ଭରସା କରିପାରିବାନି, ହେଲେ ଆଫଗାନ ମିଲେଟ୍ରି ଉପରେ ଭରସା କରାଯାଇପାରେ। ତେବେ ତାଲିବାନଙ୍କୁ ଭରସା କରିବା ଉଚିତ ହେବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।

{"id":478639,"sizeSlug":"large","linkDestination":"none"}

ଆମେରିକାର ସେନା ପ୍ରତ୍ୟାହାର ସହ ତାଲିବାନମାନେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ଜିଲ୍ଲା ଓ ତହସିଲ ଦଖଲ କରିବାରେ ଲାଗିଛନ୍ତି। ତାଲିବାନଙ୍କ ଜବାବ ଦେଇନପାରି ଆଫଗାନ ମିଲେଟ୍ରି ପଡୋଶୀ ଦେଶର ସୀମା ଡେଇଁ ପ୍ରାଣ ରକ୍ଷା କରୁଛନ୍ତି। ତେବେ ବାଇଡେନଙ୍କ ଘୋଷଣା ଅନୁସାରେ ଆମେରିକା ଯେଉଁ ପ୍ରତିକ୍ରିୟା ଦେବା ଲାଗି ଆଫଗାନିସ୍ତାନ ଆସିଥିଲା ସେଥିରେ ସଫଳ ହୋଇଛି ନିଶ୍ଚିତ। ହେଲେ ଏହି ସମୟରେ ଆଫଗାନରେ ସ୍ଥିର ଓ ସ୍ଥାୟୀ ତନ୍ତ୍ର ସ୍ଥାପିତ ହୋଇ ନପାରିବା ଏବେ ଏସିୟା ଉପମହାଦେଶ ଲାଗି ନୂଆ ବିପଦ ଭାବେ ଉଭା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.