ପାକିସ୍ତାନକୁ ବଡ ଝଟକା, କୁନ୍ଦୁଜରେ ଆଫଗାନ ସେନା ସହ ସଂଘର୍ଷରେ ୩୫ ଆତଙ୍କବାଦୀ ନିହତ

Published By : Prameya-News7 Bureau | September 01, 2019 IST

କାବୁଲ:  ଆଫଗାନିସ୍ତାନ ରାଜଧାନୀ କାବୁଲରୁ ବଡ ଖବର ମିଳିଛି। ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟରୁ ମିଳୁଥିବା ସୂଚନା ଅନୁସାରେ କୁନ୍ଦୁଜରେ ଆଫଗାନ ସେନା ସହ ସଂଘର୍ଷରେ ୩୫ ଜଣ ତାଲିବାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀମାନେ ପାକିସ୍ତାନ ସମର୍ଥିତ।  ଏଣୁ ଆଫଗାନ ସେନା କାର୍ଯ୍ୟାନୁଷ୍ଠାନରେ ପାକ୍ କୁ ଜୋରଦାର ଝଟକା ଲାଗିଛି।

{"id":151922}

ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତ କରିବା ପରେ ପାକ୍ ବିଚଳିତ ହୋଇପଡିଛି। ଦେଶରେ କାଶ୍ମୀରବାସୀଙ୍କ ଲାଗି ନିଜର ସମାର୍ଥନ ଜଣାଉଥିବା ବେଳେ ସେପଟେ ଆଫଗାନିସ୍ତାନ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ପାକ୍ ସମର୍ଥିତ ତାଲିବାନମାନଙ୍କ ସଫେଇ ଅଭିଯାନ ଆରମ୍ଭ କରିଦେଇଛି।  ଆଫଗାନିସ୍ତାନ ସ୍ୱାଧୀନତା ଦିବସ ପାଳନ କରିବା ବେଳେ ତାଲିବାନମାନେ ବଡଧରଣର ଆକ୍ରମଣ କରିଥିଲେ। ଜଲାଲାବାଦରେ ହୋଇଥିବା ଆକ୍ରମଣରେ ୬୬ ଜଣ ନିରସ୍ତ୍ର ନାଗରିକ ଆହତ ହୋଇଥିବା ବେଳେ ସରକାର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଟାଳିବାକୁ ବାଧ୍ୟ ହୋଇଥିଲେ।

{"id":151923,"width":575,"height":391}

ତେବେ ରବିବାର ସେନା କାର୍ଯ୍ୟାନୁଷ୍ଠାନ ଆଫଗାନିସ୍ତାନକୁ ସାମାନ୍ୟ ଆଶ୍ୱସ୍ତ କରିଛି। ତାଲିବାନଙ୍କ ଠିକଣା ଟାର୍ଗେଟ କରିବାରେ ସେନା ସାମାନ୍ୟତମ ତ୍ରୁଟି କରିନାହିଁ। ଫଳରେ ଆତଙ୍କବାଦୀଙ୍କୁ ପ୍ରାଣ ବଞ୍ଚାଇ ପଳାଇଯିବାକୁ ବି ଫୁରସତ ମିଳିନାହିଁ। ସେନା ଜବାନଙ୍କ ଜୋରଦାର ଆକ୍ରମଣର ମୁକାବିଲା କରିପାରିନଥିଲେ ଆତଙ୍କବାଦୀ। ଫଳରେ ଗୋଟିଏ ସ୍ଥାନରେ ସମସ୍ତ ୩୫ ଜଣ ଆତଙ୍କାବାଦୀଙ୍କ ମୃତ୍ୟୁ ହୋଇଥିବା ଆଫଗାନ ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.