Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିନ ଦ୍ୱିପ୍ରହରରେ ନ୍ୟୁଜ ଆଙ୍କରଙ୍କୁ ଗୁଳି କରି ହତ୍ୟା

12/05/2019 at 4:20 PM

କାବୁଲ ୧୨\୫ : ଆଫଗାନିସ୍ତାନର ପୁର୍ବତନ ସାମ୍ବାଦିକ ମୀନା ମଙ୍ଗଲଙ୍କୁ ଦିନ ଦ୍ୱୀପ୍ରହରରେ ଗୁଳି କରି ହତ୍ୟା କରାଯାଇଛି । ଗତ କିଛି ଦିନ ହେଲା ତାଙ୍କୁ ଧମକପୂର୍ଣ ଫୋନ ଆସୁଥିଲା । ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ ମଧ୍ୟ ଖୁଲାସା କରିଥିଲେ ।

ମୀନା ମଙ୍ଗଲ ଆଫଗାନିସ୍ତାନର ସଂସଦ ପାଇଁ କାମ କରୁଥିଲେ । ଏହା ପୂର୍ବରୁ ସେ ଆଫଗାନିସ୍ତାନର ଅନେକ ବଡ ବଡ ନ୍ୟୁଜ ଚ୍ୟାନେଲରେ ଆଙ୍କର ଥିଲେ । ହତ୍ୟା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ ଜାରୀ ରହିଛି । ହତ୍ୟା ପଛର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଆତଙ୍କବାଦୀ ସଙ୍ଗଠନ ତାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି ।

ଅପରପକ୍ଷରେ ମୀନା ମଙ୍ଗଲଙ୍କ ମା ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ମୀନାଙ୍କ ହତ୍ୟା ପଛରେ କିଛି ଲୋକଙ୍କ ହାତ ରହିଥିବା ସେ କହିଛନ୍ତି । ତାଙ୍କୁ ପ୍ରଥମେ ଅପହରଣ ଓ ପରେ ଗୁଳି କରି ହତ୍ୟା କରାଯାଇଥିବା ସେ କହିଛନ୍ତି ।

   Related Posts