ବାପା ଥିଲା କାନ୍ଦାହାର ବିମାନ ଅପହରଣର ମାଷ୍ଟର ମାଇଣ୍ଡ୍, ପୁଅ ହେଲା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ, ୦୯।୦୯ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହୋଇସାରିଛି । ସଙ୍ଗଠନର ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁତ୍ର ମୁଲ୍ଲା ୟାକୁବ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । ମୁଲ୍ଲା ୟାକୁବ ହେଉଛି ସେହି ଆତଙ୍କବାଦୀ ଯିଏ କାନ୍ଦାହାର ବିମାନ ହାଇଜାକ୍ ମାମଲର ମାଷ୍ଟର ମାଇଣ୍ଡ ଅଟେ ।

ସୂଚନାନୁସାରେ, ୧୯୯ ଡିସେମ୍ବର ୨୪ରେ ଆତଙ୍କବାଦୀମାନେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪ରକୁ ହାଇଜାକ୍ କରିଦେଇଥିଲେ । ଆତଙ୍କବାଦୀ ମାସୁହ ଅଜହର ସମେତ ମୁସ୍ତାକ ଅହମ୍ମଦ ଉରଗର, ଅହମ୍ମଦ ଉମର ସୟିଦର ମୁକ୍ତି ପାଇଁ ବିମାନକୁ ଅପହରଣ କରାଯାଇଥିଲା । ଆତଙ୍କବାଦୀମାନେ ଏହାକୁ କାଠମାଣ୍ଡୁରୁ କାନ୍ଦାହାର ନେଇ ଯାଇଥିଲେ । ବିମାନରେ ୧୭୬ ଭାରତୀୟ ଯାତ୍ରୀ ଥିଲେ । ବିମାନକୁ ସେମାନେ ୭ ଦିନ ଧରି ବନ୍ଧକ କରି ରଖିଥିଲେ ।

ସବୁଠାରୁ ବଡ କଥା ହେଉଛି ଯେ, ବିମାନକୁ ତାଲିବାନ ଆତଙ୍କବାଦୀମାନେ ଚାରିଆଡୁ ଘେରି ରହିଥିଲେ । ଭାରତ ବିମାନକୁ ମୁକୁଳାଇବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଥିଲା ବେଳେ ତାଲିବାନ ଓ ମୁଲ୍ଲା ଉମର ଅନୁମତି ଦେଇନଥିଲା । ଏବେ ଏହି ମୁଲ୍ଲାର ପୁତ୍ର ମହମ୍ମଦ ୟାକୁବ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ହୋଇଛି ।

ୟାକୁବ ସିରାଜୁଦ୍ଦୀନ ହକ୍କାନୀକୁ ଆଫଗାନିସ୍ତାନ ଗୃହମନ୍ତ୍ରୀ କରାଯାଇଛି । ସେ ଏକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଟେ । ତାଲିବାନର ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ ବିଶ୍ୱର ଚିନ୍ତା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.