Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ନାକ ରଗଡ଼ିବାକୁ ବାଧ୍ୟ କଲେ, ଗୋଇଠା ମାରିଲେ’: ତାଲିବାନ କଏଦରୁ ମୁକ୍ତ ହୋଇଥିବା ସାମ୍ବାଦିକ ବଖାଣିଲେ ଦୁଃଖ

7/09/2021 at 6:24 PM

ନୂଆଦିଲ୍ଲୀ ୦୭/୦୯ : ତାଲିବାନ ବିରୋଧରେ ଆଫଗାନିସ୍ତାନରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ମଙ୍ଗଳବାର ଦିନ ତାଲିବାନ ତା ବିରୋଧରେ ରାଲି କରୁଥିବା ଲୋକଙ୍କ ଉପରକୁ ଫାଇରିଙ୍ଗ କରିଛି। ଆଫଗାନିସ୍ତାନରେ ଅନେକ ସାମ୍ବାଦିକ କହିଛନ୍ତି ଯେ ତାଲିବାନ ସେମାନଙ୍କ ପ୍ରତି କ୍ରୁର ବ୍ୟବହାର କରୁଛନ୍ତି। ଆଫଗାନିସ୍ତାନରେ ଚାଲିଥିବା ପ୍ରଦର୍ଶନ କଭର କରୁଥିବା ଜଣେ ସାମ୍ବାଦିକ ନ୍ୟୁଜ ଏଜେନ୍ସି  ‘AFP’ କୁ କହିଛନ୍ତି ଯେ ତାଲିବାନୀ ତାଙ୍କ ଠାରୁ ତାଙ୍କ ଆଇଡି କାର୍ଡ ଓ କ୍ୟାମେରା ଛଡେଇ ନେଲେ। ତାଙ୍କୁ ଗୋଇଠା ମାରିଥିଲେ।

ଆଫଗାନିସ୍ତାନରେ ସ୍ଥିତ ପାକିସ୍ତାନୀ ଦୂତାବାସ ନିକଟରେ ଲୋକେ ପ୍ରଦର୍ଶନ କରିଥିଲେ। ଏମାନେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବା ଆରୋପ ଲଗାଇଛନ୍ତି। ତାଲିବାନ ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ ମଧ୍ୟ କରିଛି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ଲୋକେ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଗିରଫ କରାଯାଇଥିବା ପ୍ରଦର୍ଶନକାରୀଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି।

ତାଲିବାନ ଜଣେ ଆଫଗାନି ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରିଥିଲା। କିନ୍ତୁ ପରେ ଛାଡି ଦେଇଥିଲା। ସାମ୍ବାଦିକ ଜଣକ ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ତାଲିବାନୀ ତାଙ୍କୁ ଭୂଇଁରେ ନାକ ରଗଡ଼ିବାକୁ ବାଧ୍ୟ କରିଥିଲେ ଓ ପ୍ରଦର୍ଶନ କଭର କରିଥିବାରୁ କ୍ଷମା ମାଗିବାକୁ କହିଥିଲେ। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ସାମ୍ବାଦିକଙ୍କ ପାଇଁ କାମ କରିବା ବହୁତ ମୁସକିଲ ହୋଇଗଲାଣି। 

ଆଫଗାନିସ୍ତାନର ‘TOLO’ ଚାନେଲ କହିଛି ଯେ ତାଙ୍କ କ୍ୟାମେରାମ୍ୟାନ ୱାହିଦ ଅହମଦିଙ୍କୁ ତାଲିବାନ ଗିରଫ କରିନେଇଥିଲା। ଗତ ମାସରେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଅନେକ ଖବର ସାମ୍ନାକୁ ଆସିଥିଲା ଯେଉଁଠି ତାଲିବାନ ସାମ୍ବାଦିକଙ୍କୁ ମାଡ ମାରିବା ସହ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଜର୍ମାନୀ ଚାନେଲ ‘Deutsche Welle’ କହିଛି ଯେ ତାଲିବାନୀ ଘର ଘର ଯାଇ ସେମାନଙ୍କ ସାମ୍ବାଦିକଙ୍କୁ ଖୋଜୁଛନ୍ତି। ତାଲିବାନୀ କେବଳ ସାମ୍ବାଦିକଙ୍କୁ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ହତ୍ୟା କରୁଛନ୍ତି। ଅନେକ ସାମ୍ବାଦିକ ଆହତ ମଧ୍ୟ ହୋଇଛନ୍ତି।

   Related Posts