Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କୋଚିଂ ସେଣ୍ଟରରେ ଭୟଙ୍କର ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ, ଏବେ ସାରା ଦେଶରେ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟପ୍ପର୍ : ଆଫଗାନିସ୍ତାନର ମଲାଲା…

27/09/2020 at 9:34 PM

କାବୁଲ, ୨୭|୦୯:   ସେ ମାତ୍ର ୧୫ ବର୍ଷରେ ମରଣ ମୁହଁରୁ ଚାଲି ଆସିଥିଲେ । ଏବେ କିନ୍ତୁ ସେ ଜାତୀୟସ୍ତରର ପରୀକ୍ଷାରେ ଟପ୍ କରିଛନ୍ତି । ନୂଆ ଜୀବନ ପାଇଥିବା ଆଫଗାନର ଝିଅ  ଶାମସେଆ ଅଲ୍ଲିଜାଦାଙ୍କ କାହାଣୀ କୌଣସି ବିସ୍ମୟଠୁ କମ୍ ନୁହେଁ ।

ସୂଚନାନୁସାରେ, ଶାମସେଆଙ୍କ ପିତା ଜଣେ ଖଣି ବ୍ୟବସାୟୀ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଶାମସେଆଙ୍କ ପରିବାର ଆଫଗାନିସ୍ତାନ ଚାଲିଆସିଥିଲେ । ସେଠାରେ ହିଁ ସେ ଉନ୍ନତ ଶିକ୍ଷାଲାଭର ସୁଯୋଗ ପାଇଥିଲେ । ସେ ଓ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ପାଠପଢା ଆଫଗାନିସ୍ତାନରେ ଆରମ୍ଭ ହୋଇଥିଲା । ତେବେ ୨ ବର୍ଷ ତଳେ କାବୁଲ କୋଚିଂ ସେଣ୍ଟରରେ ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ଶାମସେଆ ବର୍ତ୍ତି ଯାଇଥିଲେ ।

ଏବେ ଶାମସେଆ ୧୭ ବର୍ଷରେ ପାଦ ଥାପିଛନ୍ତି । ନୂଆ ଜୀବନ ପାଇବା ପରେ ସେ ପାଠପଢାରେ ଅଧିକ ଧ୍ୟାନ ଦେଇଥିଲେ । ଗୁରୁବାର ଆଫଗାନିସ୍ତାନର ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି । ପ୍ରାୟ ୨ ଲକ୍ଷ ପିଲାଙ୍କୁ ସେ ପଛରେ ପକାଇ ଏହି କୃତ୍ତୀତ୍ୱ ଅର୍ଜନ କରିଛନ୍ତି । ତାଙ୍କ ମାଆ ଟିଭିରେ ଏହି ଖବର ଦେଖି ଶାମସେଆଙ୍କୁ କହିଥିଲେ । ତେବେ ଶାମସେଆ ପ୍ରଥମେ ବିଶ୍ୱାସ କରିପାରି ନଥିଲେ । ମାଆ ଥଟ୍ଟା କରୁଛନ୍ତି ବୋଲି ତାଙ୍କୁ ଲାଗିଥିଲା । ପରେ ସେ  ବିଶ୍ୱାସ କରିଥିଲେ ।

ଏହି ସଫଳତା ପରେ ସେ କହିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ତାଙ୍କୁ ଶିକ୍ଷାଲାଭର ସୁଯୋଗ ମିଳୁନଥିଲା । ତାଲିବାନୀ ନିୟମ ଚାଲିଥିଲା । ତେବେ ଶାମସେଆଙ୍କ ସଫଳତା ଅନ୍ୟ ଆଫଗାନୀ ଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ।

   Related Posts