ଆସାମରେ କାୟା ମେଲାଇବାରେ ଲାଗିଛି ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ, ନେଲାଣି ୧୪ହଜାରରୁ ଅଧିକ ଘୁଷୁରୀଙ୍କ ଜୀବନ

Published By : Prameya-News7 Bureau | May 12, 2020 IST

ଗୌହାଟୀ, ୧୨|୦୫ :   ସାରା ଦେଶ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହା ମଧ୍ୟରେ ଆସାମରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଏବେ ସୁଦ୍ଧା ଏହି ରୋଗରେ ୧୪, ୪୬୫ରୁ ଅଧିକ ଘୁଷୁରୀ ପ୍ରାଣ ହରାଇଥିବା ଆସମାର ପଶୁପାଳନ ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ।

ଅତୁଲ ବୋରା କହିଛନ୍ତି ଯେ,  ରାଜ୍ୟର ୧୦ଟି ଜିଲ୍ଲାରେ ୧୪,୪୬୫ଟି ଘୁଷୁରୀଙ୍କର ମୃତ୍ୟୁ ହୋଇଛି । ଏହି ରୋଗର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କୃଷକଙ୍କୁ ମୃତ ଘୁଷୁରୀଙ୍କ ଗଭୀର ଗର୍ତ୍ତ କରି ପୋତିବା ପାଇଁ କୁହାଯାଇଛି ।

wp:core-embed/twitter {"url":"https://twitter.com/ANI/status/1260139379084820481?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260139379084820481\u0026ref_url=https%3A%2F%2Fwww.amarujala.com%2Findia-news%2Ftill-now-14465-pigs-have-died-in-10-districts-due-to-african-swine-flu-assam-animal-husbandry-minister-atul-bora","type":"rich","providerNameSlug":"twitter","className":""}
https://twitter.com/ANI/status/1260139379084820481?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260139379084820481&ref_url=https%3A%2F%2Fwww.amarujala.com%2Findia-news%2Ftill-now-14465-pigs-have-died-in-10-districts-due-to-african-swine-flu-assam-animal-husbandry-minister-atul-bora
/wp:core-embed/twitter

ଏହା ପୂର୍ବରୁ ସେ କହିଥିଲେ ଯେ, ରାଷ୍ଟ୍ରୀୟ ଉଚ୍ଚ ସୁରକ୍ଷା ପଶୁ ରୋଗ ସଂସ୍ଥାନ ଏହି ରୋଗକୁ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ବୋଲି କହିଥିଲା । କେନ୍ଦ୍ର ସରକାରଙ୍କ କହିବାନୁସାରେ ଏହା ହେଉଛି ଦେଶରେ ପ୍ରଥମ ମାମଲା । ପୂର୍ବରୁ ଏହି ରୋଗ କେବେ ବି କୌଣସି ପଶୁଙ୍କ ଜୀବନ ନେଇନଥିଲା ।

ପ୍ରଥମ ଥର ଏପରି ମାମଲା ଆସିବା ପରେ ଉତ୍ତର ପୂର୍ବ ରିଜିଓନାଲ ଡିଜିଜ୍ ଡାଏଗ୍ନୋଷ୍ଟିକ୍ ଲାବୋରାଟୋରୀ ଓ ବାୟୋସେଫ୍ଟି ଲେବୁଲ-୩ ଲାବୋରେଟୋରୀ ଘୁଷୁରୀଙ୍କ ନମୂନା ସଂଗ୍ରହ କରିଥିଲା । ପ୍ରଥମେ ଘୁଷୁରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିଲା ।  କୌଣସି ଅଜଣା ଭାଇରସ ପାଇଁ ଏପରି ହେଉଥିବା ଆଶଙ୍କା କରାଯାଉଥିଲା । ଏବେ କିନ୍ତୁ ଏହାକୁ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ବୋଲି ଚିହ୍ନଟ କରାଯାଇଛି ।

ଏହି ରୋଗ ପାଇଁ ସରକାର ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲେ । ସଂକ୍ରମଣ ରୋକିବା ପାଇଁ ୬ଟି ଜିଲ୍ଲାକୁ ସରକାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ । ଏହି ଘଟଣା ପରେ ଆସାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ଭାଇରସ ସାରା ବିଶ୍ୱବାସୀ ଥରହର ହେଉଥିବା ବେଳେ ଏହି ନୂଆ ବିପଦ ଚିନ୍ତା ବଢାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.