Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିନୋଦ ଏବେ କେଉଁଠି ? ଅଭିଯୁକ୍ତ ଶାରଦା ଲୁଚାଉଛି କି ସତ ? ଭୟଙ୍କର ଷଡଯନ୍ତ୍ରରେ ଏକାଧିକ ଯୁବକଙ୍କ ସଂପୃକ୍ତି ସନ୍ଦେହ

6/06/2020 at 3:06 PM

ସାଲେପୁର ୬।୬: କିଶନନଗର ଅଞ୍ଚଳର ବହୁ ଚର୍ଚ୍ଚିତ ବିନୋଦ ମଣ୍ଡଳ ନିଖୋଜ ଘଟଣା ଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦୀର୍ଘ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ବିନୋଦଙ୍କ ପତ୍ତା ପାଉନାହିଁ । ସେପଟେ ଅପହରଣ ଅଭିଯୋଗ ହୋଇଥିଲେ ବି  ଅପହରଣକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ ପୋଲିସ । ଏଭଳି ସ୍ଥିତିରେ ବିନୋଦଙ୍କ ଜୀବନ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଲାଣି ।  ତଦନ୍ତର ସ୍ଥିତି ସଂପର୍କରେ ପୋଲିସ କିଛି ପ୍ରକାଶ କରୁନଥିଲେ ବି ତଦନ୍ତର ତରିକାରୁ ଏହି ମାମଲାରେ ଗିରଫ ହୋଇଥିବା ଶାରଦା ପ୍ରସାଦ କୁଣ୍ଡୁ ଉପରେ ସନ୍ଦେହ ବଢୁଛି । ତାସହ ଏ ଘଟଣାରେ ମଧ୍ୟ ଆଉ କିଛି ଲୋକଙ୍କ ସଂପୃକ୍ତି ରହିଥିବା ଆଶଙ୍କା କରାଯାଉଛି ।

ସେପଟେ ବିନୋଦ କାହିଁକି କିଶନନଗରରୁ ତାରପୁର ଦେଇ କଟକ ଯିବା ବଦଳରେ ସାଲେପୁର ଦେଇ ଆସିଲେ ତାହା ମାମଲାକୁ ଜଟିଳ କରିଛି । ବିନୋଦଙ୍କ ବାଇକ୍ ବି ମିଳିନାହିଁ । ତାଙ୍କୁ ଅପହରଣ କରାଯାଇଛି ବା ସେ ନିଜେ କେଉଁଆଡେ ଚାଲିଯାଇଛନ୍ତି ତାହାର ଖିଅ ଖୋଜୁଛି ପୋଲିସ ।

ମିଳିଥିବା ସୂଚନାରୁ ଜଣାଯାଇଛି ବିନୋଦଙ୍କ ଫୋନର ସିଡିଆର ରିପୋର୍ଟ ଏବଂ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ ପରେ ଉଭୟ ଗୋଟିଏ ସ୍ଥାନରେ ରହିଥିବା ଏବଂ ଏହା ଏକ ସୁପରିକଳ୍ପିତ ଯୋଜନା ଥିବା ପୋଲିସ ସନ୍ଦେହ କରୁଛି । ସୂଚନାଯୋଗ୍ୟ ବିନୋଦଙ୍କ ପତ୍ନୀ ମାନସୀଙ୍କୁ ବିବାହ କରିବାକୁ ଚାହୁଁ ଥିବା ଜଗତପୁର ଥାନା ପାଗା ଲକ୍ଷ୍ମୀ ନାରାୟଣପୁର ଗାଁର ଶାରଦା ପ୍ରସାଦ କୁଣ୍ଡୁ ବିନୋଦ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଶୁକ୍ରବାର ପୋଲିସ ତାକୁ କୋର୍ଟ ଚାଲାଣ କରିଛି ।

ବିଭିନ୍ନ ସମୟରେ ଶାରଦା ଫୋନରେ ମାନସୀଙ୍କୁ ଧମକ ଚମକ  ଦେଇଥିବା ଅଭିଯୋଗ ହୋଇଥିଲା।ପୋଲିସ ତଦନ୍ତ ସମୟରେ ଶାରଦା କୁଣ୍ଡୁ ଫୋନ୍‌ରେ ବିନୋଦଙ୍କୁ ପାଗା ଡାକିଥିଲା ଏବଂ ନିଜେ ଶାରଦା ପୋଲିସ ଆଗରେ ତାହା ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି । ନିଖୋଜ ଦିନ ବିନୋଦ ଓ ସାରଦା ଫୋନ ଗୋଟିଏ ସ୍ଥାନରେ ରହିଥିବା ନେଇ ଅକ୍ଷାଂଶ ଦ୍ରାଘିମା (ଲାଟିଚ୍ୟୁଡ଼ ଓ ଲଙ୍ଗିଚ୍ୟୁଡ଼) ତଦନ୍ତରୁ ଜଣାପଡିଛି । ବିନୋଦ ପରିବାରକୁ ବିଭ୍ରାନ୍ତି କରିବା ପାଇଁ ଶାରଦା ଅନ୍ୟ ଏକ ମୋବାଇଲରୁ  ବିନୋଦଙ୍କ ନାମରେ ମାନସୀଙ୍କୁ ମେସେଜ କରୁଥିଲା । ଏହି ମେସେଜରେ “ମୁଁ ଆଉ ଫେରିବି ନାହିଁ, ମୋତେ ଭୁଲିଯିବୁ, ବାଏ….. ଲେଖାଯାଇଥିବା ଜଣାପଡିଛି । ଏହା ଏକ ସୁପରିକଳ୍ପିତ ଯୋଜନା ଥିଲା ବୋଲି ପୋଲିସ କହିଛି ।

ଅନ୍ୟପଟେ କିଶନନଗର ପୋଲିସ ଦୈନିକ ପାଗା ଅଞ୍ଚଳରୁ କିଛି ଯୁବକଙ୍କୁ ସନ୍ଦେହରେ ଉଠାଇ ଆଣି ପଚରାଉଚରା କରି ଛାଡ଼ି ଦେଉଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର କିଶନନଗର ପୋଲିସ ପାଗା ଲକ୍ଷ୍ମୀ ନାରାୟଣପୁର ଗାଁରୁ ଦୁଇଜଣ ଯୁବକଙ୍କୁ ସନ୍ଦେହ ରେ ଉଠାଇ ନେଇଛି । ଏ ନେଇ ସମସ୍ତ ଥାନା ଓ କ୍ରାଇମବ୍ରାଞ୍ଚଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ତେବେ ଯାହାହେଉ ପୋଲିସ ଅପରାଧୀ ଓ ନିଖୋଜ ବିନୋଦ ମଣ୍ଡଳ ପାଖରେ ପହଞ୍ଚିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

   Related Posts