Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

୬ ମାସ ଧରି ଚାଲିଥିଲା ଚୋରାପିରତୀ, ମା’କୁ ନିଶା ଦେଇ ଝିଅ ସହ ରଖୁଥିଲା ସମ୍ପର୍କ : ଥାନାରେ ହେଲେ ଟଣାଓଟରା

14/07/2021 at 11:06 AM

ଭୁବନେଶ୍ବର ୧୪।୭: ନାବାଳିକା ଝିଅକୁ ପ୍ରେମ କରୁଥିଲେ । ସବୁଦିନେ ଘରକୁ ଆସୁଥିଲେ । ମା’ ଘରେ ଥିଲେ ବି କିଛି ଜାଣିପାରୁନଥିଲେ । କାରଣ ଝିଅକୁ ଦେଖା କରିବା ସମୟରେ ମା’ଙ୍କୁ ଦିଆଯାଉଥିଲା ନିଶା ଔଷଧ । ଦୀର୍ଘ ୬ମାସ ଧରି ଏମିତି ପ୍ରେମ ଚାଲିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ରସୁଲଗଡର ଜଣେ ଯୁବକ ଶୈଳଶ୍ରୀ ବିହାରରେ ରହୁଥିବା ନାବାଳିକାଙ୍କୁ ପ୍ରେମ କରୁଥିଲେ ।  ନାବାଳିକାଙ୍କ ବାପା କୌଣସି ମାମଲାରେ ଜେଲରେ ଥିବାରୁ ଘରେ କେବଳ ମା’ ଓ ଝିଅ ରହୁଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ମା’ଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ ।

ଗତ ୬ ମାସ ହେବ ଯୁବକ ଜଣଙ୍କ ନିୟମିତ ନାବାଳିକାଙ୍କ ଘରକୁ ଯିବା ଆସିବା କରୁଥିଲେ । ଝିଅ ସହ ଦେଖା କରିବା ସମୟରେ ମା’ଙ୍କୁ କିଛି ଔଷଧ ଦେଉଥିଲେ । ମା’ କିଛି ସମୟ ଚେତାଶୂନ୍ୟ ହୋଇ ଶୋଇ ପଡ଼ୁଥିଲେ । ଏହାର ସୁଯୋଗ ନେଉଥିଲେ ପ୍ରେମୀଯୁଗଳ ।  ଏ କଥା ହାଟରେ ପଡି ଦାଣ୍ଡରେ ଗଡିବା ପରେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା’ । କିନ୍ତୁ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଝିଅ । ଓଲଟା ମା’ଙ୍କ ନାମରେ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କର ଗୁମର ଖୋଲିଥିଲେ । ଶେଷର ପୋଲିସ ଉଭୟଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇଥିଲା ।

   Related Posts