Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିସିଡି ମାଲିକ ସିଦ୍ଧାର୍ଥ ନିଖୋଜ : ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ

30/07/2019 at 2:00 PM

ବେଙ୍ଗାଲୁରୁ ୩୦/୭: ଏସିଆର ସବୁଠୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ ସିସିଡି ମାଲିକ ଭି.ଜି ସିଦ୍ଧାର୍ଥ ନିଖୋଜ ଅଛନ୍ତି । ବାଙ୍ଗାଲୋରର ମାଙ୍ଗାଲୋରରୁ ସୋମବାରଠୁ ସେ ନିଖୋଜ ହୋଇଯାଇଛନ୍ତି । ସିଦ୍ଧାର୍ଥ ନିଖୋଜ ହେବା ପରେ ତାଙ୍କର ଚିଠି ମିଳିଛି । ଯେଉଁଥିରେ ସେ ବୋର୍ଡ ଅଫ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା କହିଛନ୍ତି ।

ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ କଫି କିଙ୍ଗ ସିଦ୍ଧାର୍ଥ ସୋମବାର ସନ୍ଧ୍ୟାରେ କାର୍ ନେଇ ଘରୁ ବାହାରିଥିଲେ । ମାଙ୍ଗଲୋର ପାଖରେ ଥିବା ନେତ୍ରାବତୀ ନଦୀ ପାଖରେ ଥିବା ପୋଲରେ କାର୍ ଅଟକାଇ କେଉଁଆଡେ ଚାଲିଯାଇଥିଲେ । ଘଣ୍ଟାଏ ପର୍ଯ୍ୟନ୍ତ ନଫେରିବାରୁ ଡ୍ରାଇଭର ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ନପାଇବାରୁ ପରିବାର ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ପୋଲିସ, ହେଲିକ୍ୟାପଟର ଏବଂ କୋଷ୍ଟଗାର୍ଡ ସହାୟତାରେ ଖୋଜାଖୋଜି ଚାଲିଛି । ପାଖାପାଖି ୨ଶହ ପୋଲିସ ଏହି ତଲାସି ଅଭିଯାନରେ ସାମିଲ ହୋଇଛନ୍ତି । ସିସିଡି ଉପରେ ୭ ହଜାର କୋଟି ଟଙ୍କା ଋଣ ଭାର ଥିବା ଜଣାପଡିଛି ।

   Related Posts