Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶୂନ୍ୟକାଳରେ ଉଠିଲା ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ, ତଦନ୍ତର ଶିଥୀଳତା ନେଇ ପ୍ରଶ୍ନ ଉଠାଇଲେ ବିଧାୟକ

7/09/2021 at 1:02 PM

ଭୁବନେଶ୍ୱର ୦୭/୦୯: ବିଧାନସଭା ଶୂନ୍ୟକାଳରେ ଉଠିଲା ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରା । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଗଜପତି ଜିଲ୍ଳା ଏକ ଶାନ୍ତିପ୍ରିୟ ଜିଲ୍ଲା । ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁରେ ଏତଲା ହୋଇଥିଲା ।

ଏ ନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏହାର କୌଣସି ଦିଗ ବହାରିପାରୁନି । ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି । ବର୍ତ୍ତମାନ ଏ କେଶ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି। ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ମାଡ୍ରାସ, ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଏ କାଠ ସବୁ ଚାଲାଣ ହେଉଛି । ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏ ଘଟଣାରୁ ଲାଗୁଚି ସରକାର ଡିଏଫଓ ଙ୍କୁ ସୁରକ୍ଷା ଦେଉଛନ୍ତି । କାହିଁକି ତାଙ୍କୁ ବଦଳି କରାଯାଉନି । ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନା କୁ ଆସୁ ।

   Related Posts