Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବିହାର ପରେ ଆସାମକୁ ବ୍ୟାପିଲା ଏଇଏସ୍, ୧୧ ମୃତ, ୩୫ରୁ ଅଧିକ ଅସୁସ୍ଥ

1/07/2019 at 4:19 PM

ଗୌହାଟୀ:  ବିହାର ପରେ ଏବେ ଆସାମରେ ବ୍ୟାପୁଛି ଅଜଣା ଜ୍ୱର। ଯଦିଓ ଜ୍ୱରର ଲକ୍ଷଣରୁ ଏହାକୁ ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ ବା ଏଇଏସ୍ ବୋଲି କୁହାଯାଉଛି । ତେବେ ଏପର୍ଯ୍ୟନ୍ତ ଜ୍ୱର ଚିହ୍ନଟ ହୋଇନାହିଁ। ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୫ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଜଣା ଜ୍ୱର ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଏକ ଟିମ୍ ଆସାମ ଗସ୍ତ କରିଥିବା ଜଣାପଡିଛି।

ଆସାମର ଶିବସାଗର, ବାରପେଟା, ସୋନିତପୁର, ଡାରାଙ୍ଗ, ଉଦାଲଗୁଡି, ବୋଙ୍ଗାଇ ଗାଁ, ମୋରିଗାଁଓ ଏବଂ ନାଲବେରୀ ଜିଲ୍ଲାରେ ଏହି ଜ୍ୱର ବ୍ୟାପୁଥିବା ଜଣାପଡିଛି। ଏଣୁ ଜ୍ୱର ସମ୍ପର୍କରେ ଏବେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରାଯାଉଛି। ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାର ମୁଜଫରପୁର ଜିଲ୍ଲା ସମେତ ରାଜ୍ୟର ୨୨ଟି ଜିଲ୍ଲାରେ ଅଜଣା ଜ୍ୱର ଦେଖାଦେଇଥିଲା। ଏଥିରେ ଶିଶୁ ଏବେ ବି ଆକ୍ରାନ୍ତ ହେଉଛନ୍ତି।

ତେବେ ଆସାମରେ ଲୋକଙ୍କ ଠାରେ  ଏବେ ଏହି ଲକ୍ଷଣର ଜ୍ୱର ଉପୁଜୁଥିବା ଜଣାପଡିଛି। ଚିକିତ୍ସାରେ ସାମାନ୍ୟତମ ଅବହେଳା ପ୍ରାଣ ଘାତକ ସାବ୍ୟସ୍ତ ହେଉଛି। ଏଣୁ ଜ୍ୱରରେ ଆକ୍ରାନ୍ତ ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି। ପୂର୍ବରୁ  ୨୦୧୫ ମସିହାରେ ଆସାମରେ ଏଇଏସ୍ ବ୍ୟାପୀଥିଲା। ଭୂତାଣୁ ସଂକ୍ରମଣ ଜନିତ ଜ୍ୱର ଯୋଗୁ ସେତେବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୮ ଜୁଲାଇ ୨୦୧୫ରେ  ଆସାମ ମେଡିକାଲ କଲେଜ ହସ୍ପିଟାଲରେ  ଗୋଟିଏ ଦିନରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ସଂକ୍ରମିତ ଆହୁରି ୬୮ ଜଣ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ।

   Related Posts