ଆକାଶରେ ବାୟୁସେନାର ଶକ୍ତି ପ୍ରଦର୍ଶନ : ବାଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ' ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Published By : Prameya-News7 Bureau | February 20, 2019 IST

ବାଙ୍ଗାଲୁରୁ ୨୦/୨ : ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ’ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୋକୁ ଉଦ୍‌ଘାଟନ କରିଛନ୍ତି । ଚାରି ଦିନ ଧରି ହେବାକୁ ଥିବା ଏହି ମେଗା ଏୟାର ସୋ’ରେ ବିଭିନ୍ନ ଲଢୁଆ ବିମାନ ଆକାଶ ମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ।ଗତକାଲି ଏରୋ ଇଣ୍ଡିଆ ସୋ’ଅଭ୍ୟାସ ବେଳେ ଦୁଇଟି ଫାଇଟର ବିମାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ  ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି ସୂର୍ଯ୍ୟକିରଣ ଏକ୍ରୋବାଟିକ ଟିମ୍‌ର ଡେୟାର ଡେଭିଲ ସୋ’କୁ ସ୍ଥଗିତ ରଖାଯାଇଛି।

{"id":87232}

ଆକାଶରେ ବାୟୁସେନାର ଶକ୍ତି ପ୍ରଦର୍ଶନ । ବାଙ୍ଗାଲୁରର ମଝି ଆକାଶରେ ରଣକୌଶଳ ଦେଖାଇଲା ବାୟୁ ସେନାର ଯୁଦ୍ଧ ବିମାନ । ରାଫେଲ ବିମାନ ଉଡାଇ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଭାରତ । ବାଙ୍ଗାଲୁର ୟେଲହଙ୍କା ଏୟାର ବେସରେ ଏରୋ ଇଣ୍ଡିଆର ୨୦୧୯ ପ୍ରଦର୍ଶିତ ବେଳେ ଭାରତ ଆକାଶରେ ଉଡିଛି ରାଫେଲ ବିମାନ ।

{"id":87236}

ଏହା ଏରୋ ଇଣ୍ଡିଆର ୧୨ତମ ସଂସ୍କରଣ ହୋଇଥିବା ବେଳେ ଏଥିରେ ୬୧ଟି ଏୟାର କ୍ରାଫ୍ଟ ଅଂଶ ଗ୍ରହଣ କରିଛି । ଏହାକୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଉଦଘାଟନ କରିଛନ୍ତି । ଏହା ଏସିଆ ମହାଦେଶର ସବୁଠାରୁ ବଡ ଏୟାର ଶୋ ବୋଲି କୁହାଯାଏ ।

{"id":87233,"width":586,"height":328}

ଆକାଶରେ କୌଶଳ ପ୍ରଦର୍ଶନ କରିଛି ସୁଖୋଇ-୩୦ ଓ ହାଲ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ତେଜସ୍ ଭଳି ଏୟାରକ୍ରାଫ୍ଟ । ରାଫେଲ ବିମାନ ମଧ୍ୟ ଆଜି ବାଙ୍ଗାଲୁର ଆକଶରେ ଉଡିଛି । ଏହି ଶୋ ୫ ଦିନ ଧରି ଚାଲିବ । ତେବେ ଏହି ଏରୋ ଇଣ୍ଡିଆ ଶୋ’ର ମୁଖ୍ୟ ଉଦେଶ୍ୟ ଦେଶ ପାଇଁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଅଧିକାରୀ କରିବା ।

{"id":87234}

ଏହି ଦୁଃଶାହସିକ ଏୟାର ଶୋର ଉଦଘାଟନ କରି ଏମିତି କିଛି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ତେବେ ଆଜିର ଶୋ ପାଇଁ ଗତକାଲି ଅଭ୍ୟାସ କରୁଥିବା ବେଳେ ୨ଟି ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟ ସୂର୍ଯ୍ୟ କରିଣଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଉଦେଶ୍ୟରେ ଆଜି ଏରୋ ଏୟାର ଶୋ ଆରମ୍ଭ ଆଗରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

{"id":87237}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.