ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଇନଜୀବୀ ବିକିଲେ ପରିବା, କରୋନା ଲକଡାଉନ୍ ପାଇଁ ସମସ୍ୟାରେ ଥିବା ରଖିଛନ୍ତି ଯୁକ୍ତି

Published By : Prameya-News7 Bureau | July 09, 2020 IST

କଟକ, ୦୯|୦୭:  ଲକଡାଉନରେ ରୋଜଗାର ହେଉନି । ପରିବାର ଚଳାଇବା କଷ୍ଟ ହୋଇ ଗଲାଣି । ସରକାରୀ ସହାୟତା ମଧ୍ୟ ମିଳୁନି । ଏହା ଥିଲା କଟକ ହାଇକୋର୍ଟ ଓକିଲଙ୍କ ଅଭିଯୋଗ । କରୋନା ଆତଙ୍କ ମଧ୍ୟରେ ସରକାର ସମସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ଆଇନଜୀବୀଙ୍କ ପାଇଁ କୌଣସି ସହାୟତା ରାଶି ଘୋଷଣା କରାଯାଇ ନାହିଁ । ଯାହାର ପ୍ରତିବାଦ କରିଛନ୍ତି ହାଇକୋର୍ଟର ଓକିଲ ।

ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଓକିଲ । ସେମାନେ ହାଇକୋର୍ଚ ସାମ୍ନାରେ ପରିବା ବିକ୍ରି କରିଛନ୍ତି । ଡାଲାରେ ବିଭିନ୍ନ ରକମର ପରିବା ଯଥା ଟମାଟ, ବାଇଗଣ, ଶାଗ, ପିଆଜି ଆଦି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏପରି କରି ସେମାନେ ନିଜର ରୋଷ ଜଣାଇଛନ୍ତି । ଏହାସହ ସହାୟତା ଦେବାକୁ ମଧ୍ୟ ଦାବି କରିଛନ୍ତି ।

କରୋନା ଭାଇରସ ପାଇଁ ଜାରି ହୋଇଥିବା ଲକଡାଉନ୍‌ରେ ଅନେକଙ୍କ ଜୀବନ ଜୀବିକା ଚାଲିଯାଇଛି । ଦିନ ମଜୁରିଆ ଶ୍ରମିକମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି । ପ୍ରାୟ ସମସ୍ତଙ୍କ ରୋଜଗାରରେ କରୋନାର ଛାଟ ବାଜିଛି । ଓକିଲମାନେ ମଧ୍ୟ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଲକଡାଉନ୍ ପାଇଁ କୋର୍ଟରେ ଗହଳି ଚହଳି ଲାଗି ରହୁନି । ଭିଡିଓ କନଫରେନ୍ସିଂରେ ମଧ୍ୟ ଶୁଣାଣି ହେଉଛି । ଫଳରେ ଓକିଲଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.