Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ତୁମୁଳକାଣ୍ଡ : ଅଫିସ୍‌ ଭାଙ୍ଗି ଚୁରମାର କଲେ ଆଇନଜୀବୀ

20/09/2019 at 8:57 PM

ଢେଙ୍କାନାଳ ୨୦|୯: ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଆଇନଜୀବୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ୍‌ ଭାଙ୍ଗି ଚୁରମାର କରିଛନ୍ତି ଆଇନଜୀବୀ ।  ଯାହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା । ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ଦେଖନ୍ତୁ ଏହି ଦୃଶ୍ୟ । କେଉଁଠି ଫୁଲ କୁଣ୍ଡ ଭାଙ୍ଗି ମାଟିରେ ଗଡୁଛି ତ ଆଉ କେଉଁଠି ଜିଲ୍ଲାପାଳଙ୍କ ନାମଫଳକ ତଳେ ଲୋଟୁଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସର ଏ ଅବସ୍ଥା ।  ଜିଲ୍ଲାପାଳଙ୍କ ଅଫିସରେ ଏଭଳି ଭଙ୍ଗାରୁଜା କରିଛନ୍ତି କିଛି ଦୁର୍ବୃତ୍ତ ।

  ଘଟଣା ଥିଲେ ଏମିତି। ଦିନ ୧୧ଟାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜମି ଅଧିଗ୍ରହଣ ସଂପର୍କିତ ଶୁଣାଣି ଥିଲା । ତେଣୁ ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ହେଲେ ଜିଲ୍ଲାପାଳ ଅନ୍ୟ ଅଧିକାରୀଙ୍କ ସହ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥିଲେ । ବିଳମ୍ବ ହେବାରୁ ଆଇନାଜୀବୀମାନେ ଜିଲ୍ଲାପାଳଙ୍କୁ ପଚାରିବାକୁ ଯାଇଥିଲେ ।  କିନ୍ତୁ ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ତାତିଛନ୍ତି ଆଇନଜୀବୀ।

ଅପରାହ୍ନରେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ଆଇନଜୀବୀ। ଜିଲ୍ଲାପାଳଙ୍କୁ ନପାଇ ତାତିଥିଲେ ଆଇନଜୀବୀ।  ପରିସ୍ଥିତି ଗରମ ଥିବା ବେଳେ କିଛି ଲୋକ ଅଫିସରେ ଥିବା କୁଣ୍ଡ, ଜିଲ୍ଲାପାଳଙ୍କ ନାମ ଫଳକ ଆଦି ଭାଙ୍ଗି ଦେଇଥିଲେ ।

ପରେ ଜିଲ୍ଲା କାର୍ଯ୍ୟାଳୟରୁ କର୍ମଚାରୀମାନଙ୍କୁ ବାହାରକୁ ବାହାର କରିଦେଇ ଥିଲେ ଆଇନଜୀବୀ। ଅଫିସ୍‌ ବନ୍ଦ କରିଦେବା ସହ ଆନ୍ଦୋଳନ କରିଥିଲେ ।  ଜିଲ୍ଲାପାଳ କ୍ଷମା ମାଗନ୍ତୁ ବୋଲି ଅଡିବସିଥିଲେ । ତେବେ ବରିଷ୍ଠ ପୋଲିସ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଆଇନଜୀବୀ ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

   Related Posts