Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ମାଜିଷ୍ଟ୍ରେଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପଡିଲା ମହଙ୍ଗା: ୨୨ ଦିନ ହେଲା ଜେଲରେ ଅଛନ୍ତି ଓକିଲ

2/03/2021 at 11:43 AM

ରତଲାମ ୦୨/୦୩ : ମଧ୍ୟ ପ୍ରଦେଶ ରତଲାମର ଜଣେ ଓକିଲ ମାଜିଷ୍ଟ୍ରେଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇ ଜେଲରେ ବନ୍ଦ ଅଛନ୍ତି। ଓକିଲ ଗତ ୨୨ ଦିନ ହେଲା ଜେଲରେ ବନ୍ଦ ଅଛନ୍ତି। ଓକିଲ ସୋସିଆଲ ମିଡ଼ିଆରେ ଫଟୋ ଡାଉନଲୋଡ଼ କରିଥିବାରୁ ଏହାକୁ ଆପତ୍ତି ଦର୍ଶାଇ ଆଇଟି ଆକ୍ଟ ସମେତ ଅନ୍ୟ ଧାରାରେ ମାମଲା ରୁଜ୍ଜୁ କରାଇଥିଲା। ଏହାପରେ ଓକିଲଙ୍କୁ ଫେବୃଆରୀ ୯ ତାରିଖରେ ଗିରଫ କରାଯାଇଥିଲା। ୯ ତାରିଖରୁ ସେ ଜେଲରେ ଅଛନ୍ତି। ଓକିଲ ନିଜ କେସର ଓକିଲାତି ନିଜେ କରୁଛନ୍ତି। ସୂଚନା ଅନୁଯାୟୀ, ଗତ ୯ ତାରିଖରେ ୧.୧୧ଟା ସମୟରେ ଇ-ମେଲ୍ ଜରିଆରେ ଜିଲ୍ଲାରେ ଜଣେ ପ୍ରଥମ ଶ୍ରେଣୀର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ୩୭ ବର୍ଷୀୟ ଓକିଲ ବିଜୟ ସିଂହ ଯାଦବ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ସ୍ପିଡ଼ ପୋଷ୍ଟରେ ତାଙ୍କୁ ଗ୍ରୀଟିଙ୍ଗ କାର୍ଡ ବି ପଠାଇଥିଲେ।

ରୁଜ୍ଜୁ ମାମଲାରେ କୁହାଯାଇଛି ଯେ ଅଭିଯୁକ୍ତ ବିଜୟ ସିଂହ ଯାଦବ କଥିତ ଭାବେ ବିନା ସହମତିରେ ଫେସବୁକ ଆକାଉଣ୍ଟରୁ ଜଜଙ୍କୁ ପ୍ରୋଫାଇଲ ଫୋଟୋ ଡାଉନଲୋଡ଼ କରିଥିଲେ ଓ ତାକୁ ଅଶ୍ଳୀଳ ମେସେଜ ସହ ଗ୍ରୀଟିଙ୍ଗ ଭାବେ ପଠାଇଥିଲେ। ରତଲାମ ଜିଲ୍ଲା ନ୍ୟାୟାଳୟର ସିଷ୍ଟମ ଅଧିକାରୀ ମହେନ୍ଦ୍ର ସିଂହ ଚୌହାନଙ୍କ ଅଭିଯୋଗ ଆଧାରରେ ଫେବୃଆରୀ ୮ ତାରିଖରେ ଷ୍ଟେସନ ରୋଡ଼ ପୋଲିସ ଏଫଆଇଆର ରୁଜ୍ଜୁ କରିଥିଲା। ଜଜଙ୍କ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବା, ଠକାମୀ, ଜାଲିଆତି ଓ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା।

ଅଭିଯୁକ୍ତ ବିଜୟ ସିଂହଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ବିବାହିତ ଭାଇଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ତାଙ୍କ ଭାଇଙ୍କର ୪ ସନ୍ତାନ। ସେ ନିଜ କେସ ନିଜେ ଲଢ଼ୁଛନ୍ତି। ଗିରଫ ହେବାର ୪ ଦିନ ପରେ ୧୩ ତାରିଖରେ ତଳିଆ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଥିଲା। ବିଜୟ ସିଂହଙ୍କ ପରିବାର ମାର୍ଚ୍ଚ ୩ ତାରିଖରେ ମଧ୍ୟ ପ୍ରଦେଶ ଇନ୍ଦୋର ନ୍ୟାୟାଳୟରେ ଶୁଣାଣି ପାଇଁ ଆବେଦନ କରିଛନ୍ତି। ଜାମିନ ଆବେଦନରେ ବିଜୟ ସିଂହ JMFC ବିରୋଧରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଆରୋପକୁ ଆପତ୍ତି ଦର୍ଶାଇଛନ୍ତି। ଆବେଦନରେ ସେ ଦାବି କରିଛନ୍ତି ଯେ ସେ ରତଲାମର ଏକ ସାମାଜିକ କାର୍ଯ୍ୟକର୍ତ୍ତା ଓ ଜୟ କୁଲ ଦେବୀ ସେବା ସମିତି ଅଧ୍ୟକ୍ଷ ଭାବେ ଜନ୍ମଦିନ ଶୁଭକାମନା ପଠାଇଥିଲେ।

   Related Posts