Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ

31/10/2019 at 3:02 PM

ଦେବଗଡ ୩୧।୧୦: ପଶ୍ଚିମ ଓଡିଶାର ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାରଠାରୁ ଓକିଲ ସଂଘର ତିନି ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ ଗୁରୁବାର ଶେଷ ଦିନରେ ପହଞ୍ଚିଛି । ଦେବଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବୁଧବାର ପିକେଟିଂ କରି ସଭ୍ୟ ସଭ୍ୟା ମାନେ ଜିଲ୍ଲା ଜଜ୍, ବିଭିନ୍ନ କୋର୍ଟର ଜଜ୍ ଙ୍କୁ ଅଧା ରାସ୍ତାରୁ ଫେରାଇ ଦେଇଥିଲେ । ଓକିଲ ସଂଘ ପକ୍ଷରୁ ବିଭିନ୍ନ କୋର୍ଟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ, ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟାଙ୍କ ଗୁଡିକ ବନ୍ଦ କରାଯାଇଛି ।

ସେହିଭଳି ଜିଲ୍ଲାର ତିନୋଟି ଯାକ ବ୍ଲକ୍ କାର୍ଯ୍ୟାଳୟରେ ମଧ୍ୟ ଓକିଲ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଏହି କାର୍ଯ୍ୟ ବନ୍ଦ ଓ ଅର୍ଥନୈତିକ ଅବରୋଧ ଚଳିତ ମାସ ୨୯, ୩୦ ଓ ୩୧ ତାରିଖ ତିନି ଦିନ ଧରି ଜାରି ରହିଥିଲା । ପୂର୍ବରୁ ମାସର ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଉଥିବା ବେଳେ ଚଳିତ ମାସରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ ବନ୍ଦ କରାଯାଇ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ବ୍ୟାପକ କରାଯାଇଛି ।

   Related Posts