Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି: ସୁପ୍ରିମକୋର୍ଟ କଲିଜିୟମ ଦେଲେ ମଞ୍ଜୁରି

23/01/2020 at 6:45 PM

କଟକ୨୩/୧: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲିଜିୟମ  ଆଇନଜୀବୀ ସାବିତ୍ରୀ ରଥଙ୍କ ନାମରେ ମୋହର ମାରିଛନ୍ତି । ୨୨ ତାରିଖ ଦିନ ଅନୁଷ୍ଠିତ ବୈଠକରେ ରେକର୍ଡ ତଥା ତଥ୍ୟକୁ ଅନୁଶୀଳ କରି ସୁପ୍ରିମକୋର୍ଟ କଲିଜିୟମ ହାଇକୋର୍ଟଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ବୈଠକରେ ଆଇନଜୀବୀ ସାବିତ୍ରୀ ରଥଙ୍କୁ ବିଚାରପତି ପଦବୀ ପାଇଁ ନିଷ୍ପତ୍ତି ହୋଇଛି ।

ଗତ ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ସୁପ୍ରିମକୋର୍ଟର ତତ୍କାଳୀନ କଲିଜିୟମ ବୈଠକରେ ଦୁଇଜଣଙ୍କ ନାମରେ ମୋହର ବାଜିଥିଲେ ବି ଆଡଭୋକେଟ ସାବିତ୍ରୀ ରଥଙ୍କ ସଂପର୍କରେ ନିଷ୍ପତ୍ତି ସ୍ଥଗିତ ରହିଥିଲା। ଏବେ ତାଙ୍କ ନାଁରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟନିର୍ବାହୀ ମୁଖ୍ୟବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ମିଶାଇ ୧୩ ଜଣ ବିଚାରପତି ରହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରି ଅବସର ନେବା ପରଠାରୁ ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଦାୟିତ୍ବରେ ଅଛନ୍ତି।

   Related Posts