Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଫେସବୁକ୍‌ରେ ବ୍ରାହ୍ମଣ ବିରୋଧୀ ଲେଖା ପୋଷ୍ଟ କରିବାରୁ ଓକିଲଙ୍କୁ ହତ୍ୟା, ରାସ୍ତାକୁ ଓହ୍ଲାଇଲେ ଉତ୍ତେଜିତ ଦଳିତ ସଂପ୍ରଦାୟ

27/09/2020 at 3:02 PM

ମୁମ୍ବାଇ ୨୭।୦୯: ଫେସବୁକ୍‌ରେ କଥିତ ବ୍ରାହ୍ମଣ ବିରୋଧୀ ପୋଷ୍ଟ କରିବା ନେଇ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି। ମୁମ୍ବାଇର ମଲାଡ ଓ୍ଵେଷ୍ଟରେ ଷ୍ଟେସନାରୀ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ଓକିଲଙ୍କୁ ହତ୍ୟା କରିଛନ୍ତି। ମାମଲା ରୁଜୁ ହେବାର ୨୪ ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତକଙ୍କ ନାମ ଦେବଜୀ ମାହେଶ୍ଵରୀ। ସେ ସର୍ବଭାରତୀୟ ପଛୁଆ ଓ ସଂଖ୍ୟା ଲଘୁ ସମୁଦାୟ କର୍ମଚାରୀ ମହାସଙ୍ଘ ଓ ଇଣ୍ଡିଆନ ଲିଗାଲ ପ୍ରୋଫେସନାଲ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ଥିଲେ।

ମାହେଶ୍ଵରୀଙ୍କ ହତ୍ୟା ଘଟଣାକୁ ନେଇ ଦଳିତ ସମୁଦାୟରେ ଅସନ୍ତୋଷର ମାହୋଲ ରହିଛି। କଚ୍ଛ ଜିଲ୍ଲାରେ ଅସନ୍ତୋଷ ଲୋକ ଅଲଗା ଅଲଗା ହାଇଓ୍ଵେରେ ଧାରଣା ପ୍ରଦର୍ଶନ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ମୋଟ୍ ୬ ଜଣଙ୍କୁ ଗିରଫ କରାଗଲାଣି। ବାକି ୩ ଜଣ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରଦର୍ଶନକାରୀ ଦାବି କରିଛନ୍ତି। ଆକ୍ରୋଶିତ ଜନତା ଜାତୀୟ ରାଜମାର୍ଗ ଅବରୋଧ କରି ପୋଲିସ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି।

ପୋଲିସର ପ୍ରାରମ୍ଭିକ ତତନ୍ତ ଅନୁଯାୟୀ ଗୁଜରାଟର ରପାରରେ ରହୁଥିବା ରାଓ୍ଵଲ ଗତ ଅନେକ ଦିନ ଧରି ଦେବଜୀ ମାହେଶ୍ଵରୀଙ୍କ ପ୍ରତି ଶତ୍ରୁତା ରହିଥିଲା। ଦେବଜୀ ମାହେଶ୍ଵରୀ ଫେସବୁକରେ ବ୍ରାହ୍ମଣବାଦ ଉପରେ ଏକ ପୋଷ୍ଟ ଲେଖିଥିଲେ। ଏହାକୁ ନେଇ ରାଓ୍ଵତ ଆପତ୍ତି ପ୍ରକାଶ କରିଥିଲେ। ଏଥିସହ ଦେବଜୀଙ୍କୁ ସାର୍ବଜନୀନ ଭାବେ ଏହି ପରି ପୋଷ୍ଟ ନଲେଖିବାକୁ ଦେବଜୀ ଚେତାବନୀ ମଧ୍ୟ ଦେଇଥିଲେ।

ପୋଲିସ ଅନୁଯାୟୀ ମାହେଶ୍ଵରୀ ଓ ରାଓ୍ଵଲ ଗତ ଏକ ମାସରେ ସାମାଜିକ ଗଣମାଧ୍ୟମରେ ପରସ୍ପର ଲଢେଇ ମଧ୍ୟ କରିଥିଲେ। ରାଓ୍ଵଲ ମାହେଶ୍ଵରୀଙ୍କୁ ଅନେକ ଥର ଏମିତି ପୋଷ୍ଟ ଲେଖି ସାମାଜିକ ଗଣମାଧ୍ୟମରେ ନଦେବାକୁ କହିଥିଲେ। ମାହେଶ୍ଵରୀ ରାଓ୍ଵଲଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ ଯେ, ସେ ଏମିତି ଲେଖା ଜାରି ରଖିବେ, ଆପଣଙ୍କର ଯାହା କରିବା କଥା କରନ୍ତୁ। ଏହା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

   Related Posts