Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଆଇନଜୀବୀଙ୍କୁ ଅପହରଣ ଓ ହତ୍ୟା, ପୁଣେ ବାର୍ ଆସୋସିଏସନ ସମ୍ପାଦକ ଗିରଫ

30/10/2020 at 10:25 PM

ପୁଣେ, ୩୦।୧୦:    ଜଣେ ଆଇନଜୀବୀଙ୍କୁ ହତ୍ୟା ଅଭିଯୋଗରେ ପୁଣେ ବାର୍ ଆସୋସିଏସନର ସମ୍ପାଦକ ତଥା ଆଇନଜୀବୀ ଘନଶ୍ୟାମ ପୋପଟ ଡରାଡେଙ୍କୁ ଗିରଫ କରାଯାଇଛି ।

ପୁଣେ ପୋଲିସର କହିବାନୁସାରେ, ଘନଶ୍ୟାମ ଅପରାଧୀଙ୍କୁ ହତ୍ୟାକାଣ୍ଡର ଶିକାର ଓକିଲଙ୍କ ଠିକଣା, କରେଣ୍ଟ ଲୋକେସନ ବାବଦରେ ସୂଚନା ଦେଇଥିଲେ । ଏହାସହ ଆଉ ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କପିଲ ବିକାଶ ଫାଲକେ, ଦୀବର ବନ୍ଦେକର ଓ ରୋହିତ ଦତ୍ତାତ୍ରେୟ । ଏମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି ।

ସୂଚନାନୁସାରେ, ହତ୍ୟାକାଣ୍ଡର ଶିକାର ହୋଇଥିବା ଓକିଲଜଣଙ୍କ ଗତ ଅକ୍ଟୋବର ୧ ତାରିଖରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ ତାମିନଘାଟରେ ଜାଳି ଦେଇଥିଲେ । ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲା ଘନଶ୍ୟାମ ।

ଘନଶ୍ୟାମର ନିର୍ଦ୍ଦେଶ ଅନୁସାରେ ହିଁ ହତ୍ୟାକାଣ୍ଡର ଶିକାର ଆଇନଜୀବୀଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା । କପିଲ ଓ ବନ୍ଦେକର ହିଁ କୌଣସି ଏକ ମାମଲାର ବାହାନା କରି ଅପହରଣ  କରିନେଇଥିଲେ । ତେବେ ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଥିଲା । ପ୍ରଥମେ ଅଭିଯୁକ୍ତମାନେ ପୋଲିସର ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ । ପରେ ସବୁ ସତ ସାମ୍ନାକୁ ଆସିଯାଇଥିଲା ।  

   Related Posts