ଦିଲ୍ଲୀ କୃଷକ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀ କଲେ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ ଜବତ
27/12/2020 at 1:08 PM

ଦିଲ୍ଲୀ ୨୭।୧୨: କୃଷି ଆଇନ ବିରୋଧରେ ଚାଲିଥିବା ଆଇନ ବିରୋଧରେ କୃଷକମାନଙ୍କ ସହ ସାମିଲ୍ ଥିବା ଜଲାଲାବାଦ ବାର୍ ଆସୋସିଏସନର ସଦସ୍ୟ ଏବଂ ବରିଷ୍ଠ ଆଇନଜୀବୀ ଆମରଜିତ୍ ସିଂହ ରାୟ ଆତ୍ମହତ୍ୟା କରିଛନ୍ତି । ସେ ଟିକରି ବର୍ଡରରେ ସଲ୍ଫାସ ଖାଇ ଆତ୍ମହତ୍ୟା କରିଛନ୍ତି । ଅମରଜୀତ୍ ସିଂହ ରାୟଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଅମରଜୀତ୍ ସିଂହ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଥିଲେ । ଯେଉଁଥିରେ ନୂଆ କୃଷି ଆଇନକୁ ରଦ୍ଦ ନକରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅମରଜୀତ୍ ସିଂହ ରାୟ ପ୍ରାୟ ୧ ସପ୍ତାହ ହେବ ଦିଲ୍ଲୀ ଟିକରି ବର୍ଡରରେ କୃଷକମାନଙ୍କ ଦ୍ବାରା ଦିଆଯାଇଥିବା ଧାରଣାରେ ସାମିଲ ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ବିଲ୍ ରଦ୍ଦ ନକରାଯିବା ନେଇ ଦିଆଯାଉଥିବା ବୟାନରେ ସେ ହତାଶ ଥିଲେ । ଶେଷରେ ଡିସେମ୍ବର ୨୭ ତାରିଖ ସକାଳ ୯ଟାରେ ସେ ସୁଇସାଇଡ୍ ନୋଟ୍ ଲେଖି ସଲଫାସ୍ ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କୃଷକ ସଂଘ ଜିଲ୍ଲା ଅଧ୍ୟକ୍ଷ ସତପାଲ କମ୍ବୋଜ ସ୍ପଷ୍ଟ କରିଛନ୍ତି ।