Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅଜବ ମାମଲା! କାର‌ରେ ମାସ୍କ ନ ପିନ୍ଧିବାରୁ ଲାଗିଲା ୫୦୦ ଟଙ୍କା ଜରିମାନା, ବ୍ୟକ୍ତି ଜଣକ ଦାବି କଲେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ

19/09/2020 at 5:22 PM

ନୂଆଦିଲ୍ଲୀ ୧୯/୦୯: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦ୍ବରତ୍ବ ରକ୍ଷା କରିବାକୁ ବାରମ୍ବାର ସଚେତନ କରାଯାଉଛି। ଏହା ସହ ମାସ୍କ ପିନ୍ଧୁ  ନ ଥିବା ଲୋକଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଉଛି। ତେବେ ମାସ୍କକୁ ନେଇ ଏକ ଅଜବ ମାମଲା ଦିଲ୍ଲୀରୁ ଆସିଛି। ମାସ୍କ ପିନ୍ଧି ନ ଥିବା ଜଣେ ବ୍ୟକ୍ତି କାରରେ ଏକୁଟିଆ ଯାଉଥିଲେ। ମାସ୍କ ପିନ୍ଧି ନ ଥିବା ଦେଖି ପୋଲିସ୍ ତାଙ୍କୁ ଅଟକାଇ ୫୦୦ ଟଙ୍କା ଜରିମାନା ଲଗାଇଛି। ଏହାକୁ ନେଇ ବ୍ୟକ୍ତି ଜଣକ କୋର୍ଟରେ ଯାଚିକା ଦାୟର କରିଛନ୍ତି । ଏହା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ ଦିଲ୍ଲୀର ସୌରଭ ଶର୍ମା ପେଶାରେ ଜଣେ ଓକିଲ। ସେପ୍ଟେମ୍ବର ୯ରେ ସେ କାରରେ ଏକୁଟିଆ ଯାଉଥିଲେ। ତାଙ୍କୁ ପୋଲିସ ଅଟକାଇ ୫୦୦ ଟଙ୍କାର ଜରିମାନା ଦେବାକୁ ବାଧ୍ୟ କରିଛି। ଏହା ସହ କାରରେ ଏକୁଟିଆ ଯାତ୍ରା କଲେ ବି ମାସ୍କ ପିନ୍ଧିବା ଜରୁରୀ ବୋଲି କହି ସୌରଭଙ୍କ କୌଣସି କଥା ଶୁଣିବାକୁ ସେମାନେ ପ୍ରସ୍ତୁତ ନ ଥିଲେ।

ସୌରଭ ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିବା ସହ ମାନିସକ ପ୍ରତାଡନା କରାଯାଇଥିବା ଦର୍ଶାଇ କ୍ଷତିପୂରଣ ବାବଦରେ ଦଶ ଲକ୍ଷ ଟଙ୍କା ଦାବି କରିଛନ୍ତି। ସେ ତାଙ୍କ ଯାଚିକାରେ ଲେଖିଛନ୍ତି, କାର୍ ନିଜସ୍ବ ହୋଇଥିବାରୁ ସେ ଏକୁଟିଆ ଯାତ୍ରା କରିବା ବେଳେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଏଣୁ ଏହାର ତୁଳନା ସର୍ବସାଧାରଣ ସହ କରା ନ ଯାଉ।

   Related Posts