ଆଇନଜୀବୀ ଦୀପାଳି ଆତ୍ମହତ୍ୟା ମାମଲାର ଖୋଲିବ ରହସ୍ୟ ! ଆତ୍ମସମର୍ପଣ କଲା ପୁରୁଷ ବନ୍ଧୁ ବିକ୍ରମ

Published By : Prameya-News7 Bureau | January 28, 2020 IST

ଭୁବନେଶ୍ବର ୨୮।୧: ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲା ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ର । ଘଟଣାର ୩ ମାସ ପରେ ଭୁବନେଶ୍ବର ଜିଲ୍ଲା କୋର୍ଟରେ ବିକ୍ରମ ଆତ୍ମସମର୍ପଣ କରିଛନ୍ତି । ତଳ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାସହ ବିକ୍ରମଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗତ ଅକ୍ଟୋବର ୨୦ ତାରିଖରେ ଦୀପାଳିଙ୍କର ମୃତ୍ୟୁ ହୋଇଥିଲା ।

{"id":217021,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲା । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

{"id":217022,"sizeSlug":"large"}

ତେବେ କେଉଁ କାରଣ ଯୋଗୁଁ ଦୀପାଳି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଥିଲା । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଥିଲେ । ତେବେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

{"id":217023,"sizeSlug":"large"}

ବିକ୍ରମ ଜଣେ କସମେଟିକ ବ୍ୟବସାୟୀ । ବାଲେଶ୍ବରରେ ବ୍ୟବସାୟ କରନ୍ତି । ଦୀର୍ଘ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ । ସଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ୫ଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦୀପାଳିଙ୍କ ଭଉଣୀ ନିଜ ବାନ୍ଧବୀଙ୍କ ସହିତ ମାର୍କେଟ୍ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦୀପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ଏବେ ବିକ୍ରମ ଆତ୍ମସମର୍ପଣ କରିବା ପରେ ଏବେ ଦୀପାଳି ମୃତ୍ୟୁର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି । ତେବେ ଶନିବାର ରାତିରେ ବିକ୍ରମଙ୍କ ସହିତ ଏମିତି କ’ଣ ଘଟିଲା ଯାହା ଫଳରେ ଦିପାଳୀ ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଉନ୍ଣୋଚିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.