ତାଲିମ ଭିତ୍ତିକ ନିଯୁକ୍ତି ନାଁରେ ଶତାଧିକ ମହିଳାଙ୍କୁ ଠକେଇ ଅଭିଯୋଗ: ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜ୍ଜୁ କଲା

Published By : Prameya-News7 Bureau | November 09, 2018 IST

ଜୟପୁର ୯|୧୧: ତାଲିମ ଭିତ୍ତିକ ନିଯୁକ୍ତି ନାଁରେ ଶତାଧିକ ମହିଳାଙ୍କୁ ଠକେଇ ଅଭିଯୋଗ । ଏଭଳି ସଂଗୀନ ଅଭିଯୋଗ ଆସିଛି ଜୟପୁରରେ ଜଣେ ଆଇନଜୀବୀଙ୍କ ବିରୋଧରେ । ୭ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ନେଇ ସଂପୃକ୍ତ ଆଇନଜୀବୀ ଓ ତାଙ୍କର ଜଣେ ମହିଳା ସହଯୋଗୀଙ୍କ ବିରୋଧରେ ଜୟପୁର ଟାଉନ ଥାନାରେ ରୁଜୁ ହୋଇଛି ମାମଲା । ….. ପ୍ରଥ​‌ମେ ଟ୍ରେନିଂ । ତା’ପରେ ନିଯୁକ୍ତି । ଆଉ ମାସିକ ୬ହଜାର ଟଙ୍କା ଦରମାର ପ୍ରତିଶ୍ରୁତି । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ଦେଢ଼ଶହ ମହିଳାଙ୍କୁ ଏମିତି ଲୋଭ ଦେଖାଇ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜୟପୁରର ଜଣେ ଆଇନଜୀବୀ କେ.ଏମ୍‌. ଖଲିଦ ଓ ତାଙ୍କର ଜଣେ ମହିଳା ସହଯୋଗୀ ବନିତା ବେହେରା । ଉଭୟଙ୍କ ବିରୋଧରେ ଜୟପୁର ଟାଉନଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ଖଲିଦ ଓ ବନିତା ଆଦିବାସୀ ହରିଜନ ମହିଳା ଉନ୍ନୟନ କେନ୍ଦ୍ର ନାଁରେ ଏକ ଏନଜିଓ ଗଠନ କରିଥିଲେ । ଜୟପୁର, ନବରଂଗପୁର ଓ ବାମୁଣୀ ଗାଁର ମହିଳାଙ୍କୁ ଏଠାରେ ତାଲିମ ଭିତ୍ତିକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଜଣକ ପିଚ୍ଛା ୧୫୫୦ ରୁ ୧୭୫୦ ଟଂକା ପର୍ଯ୍ୟନ୍ତ ଆଦାୟ କରିଥିଲେହେଲେ ସେମାନଙ୍କୁ ନା’ ମିଳିଲା ନିଯୁକ୍ତି ନା’ ମିଳିଲା ଦରମା । [gallery ids="54878,54880,54882"] ଠକାମୀର ଶିକାର ମହିଳାମାନେ ପ୍ରାୟତଃ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ଏ ନେଇ ସେମାନେ ଗଲା ୩ଦିନ ହେଲା  ଅଭିଯୋଗ ପାଇଁ ବିଭିନ୍ନ ଥାନାର ଚକ୍କର କାଟିଥିବା ବେଳେ ପୋଲିସ ଏମାନଙ୍କୁ ସହଯୋଗ କରିନଥିବା ଅଭିଯୋଗ ହୋଇଛି । ଶେଷରେ  ଜୟପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଟାଉନ ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ୨ ଅଭିଯୁକ୍ତଙ୍କୁ ଡାକି ପଚରାଉଚୁରା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.