ପୂଜା ପାଇଁ ଏଣିକି ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କଲେ ବାନ୍ଧିବ ପୋଲିସ
9/09/2018 at 2:15 AM

ରାଜ୍ୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ଲାଗିଲା ଲଗାମ। ସାଧାରଣ ଲୋକଙ୍କଠାରୁ ପୂଜା ପାର୍ବଣ ନାଁରେ କେହି ଆଦାୟ କରିପାରିବେନି ଚାନ୍ଦା। କୌଣସି ସ୍ଥାନରେ ଜୁଲୁମ୍ କରି ଚାନ୍ଦା ଆଦାୟର ଅଭିଯୋଗ ଆସିଲେ, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଆଡଭାଇଜରି ଜାରି କଲେ ଡି.ଜି.ପି । ରାଜ୍ୟର ସମସ୍ତ ଏସ୍.ପି.ଙ୍କୁ ପଠାଗଲା ଆଡଭାଇଜରୀ ।