କରୋନା ଭାଇରସ୍‌କୁ ନେଇ ଓଡ଼ିଶାରେ ଜାରି ହେଲା ଆଡ୍‌ଭାଇଜରି

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର୨୫/୧: ଘାତକ କରୋନା ଭାଇରସ ବ୍ୟାପୁଥିବା ବେଳେ ଏହାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଝାରସୁଗୁଡା ଓ ଭୁବନେଶ୍ବର ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖାଯାଇଛି।

ଏୟାରୋପର୍ଟର ପ୍ରବେଶ ପ୍ରସ୍ଥାନ ଦ୍ବାରରେ ସ୍କ୍ରିନିଂ ସେଣ୍ଟର କରିବା ସହ ଗାଇଡଲାଇନ ଅନୁସାରେ ଏହାକୁ ପରିଚାଳନା କରିବା ଲାଗି କୁହାଯାଇଛି। କରୋନା ଭାଇରାସ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ସ୍ଥାନୀୟ ଡାକ୍ତରଖାନାକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି । ଏସସିବି ମେଡିକାଲ କଲେଜ, ଭିଏସଏସ ବୁର୍ଲା ଏବଂ କ୍ୟାପିଟାଲ ହସ୍ପିଟାଲ ସହ ଝାରସୁଗୁଡା ହସ୍ପିଟାଲରେ ସ୍ବତନ୍ତ୍ର ନୋଡାଲ ସେଣ୍ଟର , ଆଇସିୟୁ ଏବଂ ୱାର୍ଡ ଖୋଲିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପୋଲମୋନାରୀ ବିଭାଗ, ମେଡିସିନ ବିଭାଗକୁ ନେଇ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଗାଇଡଲାଇନରେ କୁହାଯାଇଛି ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଏବଂ ସୁପରିଟେଣ୍ଡଣ୍ଟଙ୍କୁ ଚିକିତ୍ସା ଲାଗି କମିଟି କରିବାକୁ ନିର୍ଦେଶ ରହିଛି । ଚିକିତ୍ସା ସହ ଜଡିତ ଥିବା ଆନେସ୍ଥେସିଆ, ମାଇକ୍ରୋ ବାୟୋଲୋଜି, ପାଥଲୋଜି, ଇଏନଟି ବିଭାଗର ଡାକ୍ତରଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ରେଲୱେ ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୁରକ୍ଷା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.