ବାତ୍ୟା ବୁଲ୍‌ବୁଲ୍‌ ଓଡିଶା ପାଖ ଦେଇ ଅତିକ୍ରମ କଲାବେଳେ ଆପଣ କ'ଣ କରିବା ଆବଶ୍ୟକ ଜାଣି ରଖନ୍ତୁ...

Published By : Prameya-News7 Bureau | November 08, 2019 IST

ଭୁବନେଶ୍ବର୮|୧୧: ଯଦିଓ ୪ ଟି ରାଜ୍ୟକୁ ବିଶେଷ ଭାବେ ସତର୍କ କରାଯାଇଛି ତଥାପି ୯ଟି ଉପକୁଳ ଜିଲ୍ଲାକୁ ଏନେଇ ସତର୍କ ରହିବା ଲାଗି କୁହାଯାଇଛି । ବାତ୍ୟା ବୁଲବୁଲକୁ କିଭଳି ସାଧାରଣ ଲୋକେ ମୁକାବିଲା କରିବେ, ଅଯଥା ଗୁଜବ ସୃଷ୍ଟିକାରୀଙ୍କ ଉପରେ ଏନେଇ ସତର୍କ ନଜର ରଖାଯାଇଛି  । ଏହାସହ  କଳାବଜାରୀ ମାନଙ୍କ ଉପରେ କଡା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। …

{"id":181084}

ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌  କରିବା ପୂର୍ବରୁ ଯେତେବେଳେ ବାତ୍ୟାର ପ୍ରକୋପ ସର୍ବାଧିକ ଥିବା ସେତେବେଳେ ଏହା ଓଡ଼ିଶା ଉପକୂଳଠାରୁ ୧୦୦ରୁ ୧୫୦ କିଲୋମିଟ ଦୂରରେ ଥିବ। ତେଣୁ ଉପକୂଳବର୍ତ୍ତୀ ଓଡ଼ିଶାର ଲୋକମାନେ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଆପଣ ବି ଜାଣି ରଖନ୍ତୁ।

{"id":181085}

୧- ବାତ୍ୟା ସମୟରେ ଯେତେବେଳେ ପବନ ଓ ବର୍ଷା ହେଉଥିବ, ସେତେବେଳେ ଘରୁ ବାହରକୁ ଯାଆନ୍ତୁ ନାହିଁ

{"id":181086}

୨- ପବନ ଓ ବର୍ଷା ଯୋଗୁଁ  କଚ୍ଚାଘର ଗୁଡିକର ଛପର ଉଡିଯାଇପାରେ, କାନ୍ଥ ମଧ୍ୟ ଭାଙ୍ଗିଯିବାର ଭୟ ରହିଛି। ତେଣୁ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ।  

{"id":181087}

୩- ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ସୁରକ୍ଷିତ ଭାବେ ରୁହନ୍ତୁ ।

{"id":181088}

୪- ଗୃହପାଳିତ ପଶୁ ମାନଙ୍କୁ ଗୁହାଳରେ ଖୋଲା ଛାଡିଦିଅନ୍ତୁ ।

{"id":181089}

୫- ବାତ୍ୟା ଓ ବର୍ଷାରେ ବିଦ୍ୟୁତ ସରବରାହ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପାଖରେ ଟର୍ଚ୍ଚ, ମହମବତୀ ,ଦିଆସିଲି ଆଦି ମହଜୁଦ ରଖନ୍ତୁ ।

{"id":181090}

୬- ଛୋଟପିଲାଙ୍କ ପାଇଁ ଅତ୍ୟାବଶକୀୟ ଔଷଧ,ହାଲୋଜିନ୍ ବଟିକା ଏବଂ ଫାଷ୍ଟଏଡେ କିଟ୍‌ ରଖନ୍ତୁ ।

{"id":181093}

 ୭- ପାଖରେ  ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଲୋକମାନଙ୍କ ମନରେ ଅଯଥା ଭୟ ସୃଷ୍ଟି କରନ୍ତୁ ନାହିଁ

{"id":181094}

ସେପଟେ ବାତ୍ୟା ଭୟରେ କଳାବଜାରୀ କରି ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକୁ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ମାନ ଆସିଲାଣି ।  ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ଏସଆରସି ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡାଲି, ଚାଉଳ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକିୟ ସାମଗ୍ରୀ ଗୁଡିକର ଦରଦାମ ନିୟନ୍ତ୍ରଣ ସହ ଏଗୁଡିକର ଯେପରି ଉଚ୍ଚା ଦରରେ ବିକ୍ରି ନହୁଏ ସେଥିପ୍ରତି ସତର୍କତା ନଜର କଖିବାକୁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

{"id":181095}

ବାତ୍ୟା ବୁଲବୁଲର ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ଲୋକେ ଭୟଭିତ ନହୋଇ ଧର୍ଯ୍ୟର ସହ ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି ।

{"id":181096}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.