Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂଜା ପାଇଁ ଏଣିକି ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କଲେ ବାନ୍ଧିବ ପୋଲିସ

8/09/2018 at 7:50 PM

ଭୁବନେଶ୍ବର ୮|୯: ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । ଆଗକୁ ଗଣେଶପୂଜା । ତା’ ପଛକୁ ସାରଦୀୟ ଦୂର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳୀ ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ତେଜ୍ ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ । ଅଭିଯୋଗ ଆସିଲେ ବାନ୍ଧିବ ପୋଲିସ ।.
ସାବଧାନ୍ । ପୂଜା ବଟି ଆଦାୟକାରୀ ସାବଧାନ୍ । ପୂଜା ପାଇଁ ଏଣିକି ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କଲେ ବାନ୍ଧିବ ପୋଲିସ । କମିଶନରେଟ୍ ପୋଲିସର ଓ୍ବାର୍ଣ୍ଣିଂ । ପାର୍ବଣ ଆଳରେ ପୂଜାବଟି, ଜୋର୍ କରି ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ଏଣିକି ଦୋଷୀଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନକୁ ଆସିବ ପୋଲିସ । କେହି କାହାକୁ ବାଧ୍ୟ କରି ଚାନ୍ଦା ଆଦାୟ କରିପାରିବେ ନାହିଁ । ଏନେଇ ଆଡଭାଇଜରୀ ଜାରି କରିଛି କମିଶନରେଟ୍ ପୋଲିସ । ଚାନ୍ଦାକୁ ନେଇ ଅଭିଯୋଗ ଆସିଲେ ପୂଜା କମିଟିକୁ ଅନୁମତି ମିଳିବ ନାହିଁ । ପୂଜା ପେଣ୍ଡାଲଗୁଡ଼ିକ ପୋଲିସ ଦ୍ବାରା ନିର୍ଦ୍ଧାରିତ ଡେସିବଲର ସାଉଣ୍ଡ ସିଷ୍ଟମ ବଜାଇବାକୁ ବାଧ୍ୟ । ଡିଜେ ବଜାଇ ଅନ୍ୟମାନଙ୍କୁ ଅତିଷ୍ଠ କରିବାକୁ ଚେଷ୍ଟାକଲେ ଏଥି ପାଇଁ ପରମିସନ ମିଳିବନି ।
କମିଶନରେଟ୍ ପୋଲିସ ଦ୍ବାରା ଜାରି କରାଯାଇଥିବା ଆଡଭାଇଜରୀକୁ କଟକ-ଭୁବନେଶ୍ବରରେ ଥିବା ପ୍ରାୟ ସମସ୍ତ ପୂଜା କମିଟି ମାନିବାକୁ ବାଧ୍ୟ । ସାଧାରଣ ଲୋକମାନେ କିଭଳି ପୂଜା ମଣ୍ଡପଗୁଡ଼ିକରେ ଶୃଙ୍ଖଳାର ଦର୍ଶନ କରିପାରିବେ ସେଥି ପ୍ରତି ଗୁରୁତ୍ବ ଦେବା ସହ ପୂଜା ସମୟରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ତେବେ କମିଶନରେଟ୍ ପୋଲିସର ଏଭଳି ତାଗିଦ୍ ଉପରେ କ’ଣ ପୂଜା କମିଟିଗୁଡ଼ିକର ରିଆକ୍ସନ କ’ଣ ଚାଲନ୍ତୁ ଦେଖିବା ।
ପୂଜା ପାର୍ବଣର ମାହୋଲରେ ଅନେକ ଅସାମଜିକ ମଧ୍ୟ ମାତିବେ । ପୂଜା ଆଳରେ ଦାଦାବଟି ଆଦାୟ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିବ । ସେମାନଙ୍କ ଉପରେ ନଜର ରଖିବା ଏବଂ ପୂଜାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା କମିଶନରେଟ୍ ପୋଲିସ ପାଇଁ ଚାଲେଂଜ୍ ହେବ ନିଶ୍ଚୟ ।

   Related Posts