କରୋନା ସଂକ୍ରମଣ ରୋକିବାକୁ ବିଏମ୍‌ସିର ପଦକ୍ଷେପ, ଆରଟିଓରେ ଗହଳି ନକରି ଅନଲାଇନରେ ଆବେଦନ ପାଇଁ ପରାମର୍ଶ

Published By : Prameya-News7 Bureau | August 06, 2020 IST

ଭୁବନେଶ୍ବର ୬।୮: ରାଜଧାନୀ ଭୁବନେଶ୍ବରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଭୁବନେଶ୍ବରରେ ୧୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ବାରାଣ୍ଟାଇନରୁ ୧୧୩ ଓ ୨୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ସେହିଭଳି ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ବର RTO ଅଫିସରେ ମଧ୍ୟ ବ୍ୟାପକ ସଚେତନ କରାଯାଉଛି । ଗାଡି ସମ୍ପର୍କିତ କାଗଜପତ୍ର ପାଇଁ ଅଫିସକୁ ନଆସି ଅନଲାଇନରେ ଆବେଦନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ସାରଥୀ ୱେବ୍ ପୋର୍ଟାଲ୍ www.parivahan.gov.inରେ ଆବେଦନ କରିବାକୁ କୁହାଯାଇଛି । ଡ୍ରାଇଭିଂ ଲାଇଲେନ୍ସ ନବୀକରଣ, ଡ୍ରାଇଭିଂ ଲାଇସେନ୍ସରେ ନାମ ଓ ଠିକଣା ପରିବର୍ତ୍ତନ ଆଦି କାମ ପାଇଁ ଅଫିସ ଆସି ଗହଳି ନକରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.