କଳିଯୁଗରେ ସଫଳ ହେବା ପାଇଁ ୩ଟି ମନ୍ତ୍ରର ପରାମର୍ଶ ଦେଇଥିଲେ ତ୍ରିଭୁବନ ବିଜୟୀ ରାବଣ, ଗୋଟିଏ ମନ୍ତ୍ର ଜପ କଲେ ବଦଳିବ ଜୀବନ
17/09/2019 at 5:20 PM

ତ୍ରେତେୟା ଯୁଗର ପୌରାଣିକ କତା ଉପରେ ଆଧାରିତ ରାମାୟଣର ସବୁଠୁ ଚର୍ଚ୍ଚିତ ପାତ୍ର ହେଉଛନ୍ତି ଲଙ୍କାର ରାଜା ରାବଣ । ରାବଣଙ୍କୁ ଖଳନାୟକ ବାବେ ବର୍ଣ୍ଣନା କରାଯାଉଥିଲେ ମଧ୍ୟ ସେ ଥିଲେ ତ୍ରିକାଳଦର୍ଶୀ ଏବଂ ମହାନ ପଣ୍ଡିତ । ମୃତ୍ୟୁ ପୂର୍ବରୁ ଲକ୍ଷ୍ମଣଙ୍କୁ ସେ ବହୁ ଗୁଢ ଜ୍ଞାନ ପ୍ରଦାନ କରିଥିବା ଆଲୋଚନା ହୁଏ ।
ଏହି କଥା ଅନୁସାରେ ରାବଣ ଯେତେବେଳେ ଶେଷ ନିଶ୍ବାସ ନେଉଥିଲେ ସେତେବେଳେ ସେ ଲକ୍ଷ୍ମଣଙ୍କୁ ଜୀବନରେ ସଫଳ ହେବା ପାଇଁ ୩ଟି ମନ୍ତ୍ର କହିଥିଲେ। ପୁରାଣ ଅନୁସାରେ ଶ୍ରୀରାମ ଭଗବାନ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ରାବଣ ଭଳି ମହାନ ପଣ୍ଡିତ କେହି ନାହାନ୍ତି।
ରାବଣ ଯୁଦ୍ଧ ହାରି ନିଜ ଅନ୍ତିମ ସମୟରେ ଥିଲାବେଳେ ରାମଙ୍କ କହିବା ଅନୁସାରେ ଲକ୍ଷ୍ମଣ ରାବଣଙ୍କ ପାଖକୁ ଯାଇଥିଲେ। ସେତେବେଳେ ଲକ୍ଷ୍ମଣ ତାଙ୍କୁ ଜୀବନରେ ସଫଳ ହେବା ପାଇଁ ଜ୍ଞାନ ମାଗିଥିଲେ। ରାବଣଙ୍କ ପ୍ରଥମ ମନ୍ତ୍ର ଅନୁସାରେ କେବେ ନିଜ ଶତ୍ରୁକୁ ଛୋଟ ଭାବିବା ଅନୁଚିତ୍।ରାବଣ ଏହି ଭୁଲ କରିଥିବାରୁ ତାଙ୍କୁ ପରିଣାମ ଭୋଗିବାକୁ ପଡିଥିଲା।
ଶୁଭ
କାର୍ଯ୍ୟ କରିବାରେ କେବେ ବିଳମ୍ବ କରିବା ଅନୁଚିତ୍। ପ୍ରତ୍ୟେକ ଶୁଭ କାର୍ଯ୍ୟ ଶୀଘ୍ର କରି ଅଶୁଭ
କାର୍ଯ୍ୟରୁ ଦୂରାଇ ରହିବା ଜରୁରୀ। ରାବଣଙ୍କ ତୃତୀୟ ମନ୍ତ୍ର ଅନୁସାରେ ନିଜ ଜୀବନର ଗୁମର କେବେ
କାହାକୁ କହିବା ଅନୁଚିତ୍।