Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଅନୁଭବ ପୁଣି ଅଡ଼ୁଆରେ, ବିଜ୍ଞାପନ ସଂସ୍ଥା କେନ୍ଦ୍ରପଡ଼ା ସାଂସଦଙ୍କ ନାମରେ ଆଣିଲା ବକେୟା ଅଭିଯୋଗ

30/01/2020 at 7:48 PM

କେନ୍ଦ୍ରପଡ଼ା୩୦/୧: କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଅଭିଯୋଗ। ବକେୟା ଟଙ୍କା ମାଗି ବିଫଳ ହେବା ପରେ ବଳଦେବଜୀଉ ଆଡ୍ ମିଡିଆର ମାଲିକ ସ୍ମୃତି ରଞ୍ଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ବୁଧବାରରେ ସାଂସଦ ଅନୁଭବଙ୍କ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଲେଖା ଯାଇଥିବା ସୂଚନା ଅନୁଯାୟୀ ଗତ 2019 ନିର୍ବାଚନରେ ସାଂସଦ ଅନୁଭବ ମହାନ୍ତି ତାଙ୍କର ନିର୍ବାଚନୀ ପ୍ରଚାର ପତ୍ର ଓ flex ଇତ୍ୟାଦି ତିଆରି ପାଇଁ ବଳଦେବଜୀଉ ଆଡ୍ ମିଡ଼ିଆକୁ ନିୟୋଜିତ କରିଥିଲେ।

ସମସ୍ତ flex ପ୍ରସ୍ତୁତି ବାବଦକୁ ମୋଟ୍ ୩୨ ଲକ୍ଷ ୫୬ ହଜାର ୪ ସହ ଟଙ୍କା ବିଲ୍ ହୋଇଥିଲା। ତେବେ ସାଂସଦ ଶ୍ରୀ ମହାନ୍ତି ପ୍ରଥମେ ୨୦ ଲକ୍ଷ ୫୫ ହଜାର ଟଙ୍କା cash ଦେଇଥିଲେ। ପରେ ତାଙ୍କ ଆକାଉଣ୍ଟ୍ରୁ ଦୁଇ ଟି କିସ୍ତିରେ ୫୫ ହଜାର ୯୬୧ ଟଙ୍କା ଦେଇଥିଲେ। କିନ୍ତୁ ଅବଶିଷ୍ଟ ୧୧ ଲକ୍ଷ ୪୫ ହଜାର ୪୩୯ ଟଙ୍କା ଦେଇ ନ ଥିଲେ। ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ ଆଜି ବଳଦେବଜୀଉ ଆଡ୍ ମିଡିଆର ମାଲିକ ସାଂସଦ ଅନୁଭବ ମହାନ୍ତି ଙ୍କ ନାମରେ ଏତଲା ଦେଇଛନ୍ତି l ସେ ଇ ମେଲ ଜରିଆରେ ସଦର ଥାନା, ଏସଡିପିଓ କେନ୍ଦ୍ରାପଡ଼ା, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏତଲା ନକଲ ଦେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଏ ନେଇ ପୁଲିସ କିମ୍ବା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l

   Related Posts