'ନଟିଆ' କାର୍ଟୁନ ଦେଖି ପିଲା ଏବେ ବିଗିଡିବାରେ ଲାଗିଛନ୍ତି , ବଢୁଛି ଅଭିଭାବକଙ୍କ ଚିନ୍ତା

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର(ରୁଦ୍ରନାରାୟଣ ଦାସ)୧୫|୧୧: ଏବେ ଛୋଟ ଛୋଟ ପିଲାମାନଙ୍କ ଭିତରେ ନଟିଆକୁ ନେଇ ଭାରି ଚର୍ଚ୍ଚା । ଘରେ, ସ୍କୁଲରେ ସାଙ୍ଗସାଥୀଙ୍କ ମେଳରେ ପିଲାମାନେ କେବଳ ନଟିଆ ଭଳି କଥା କହିବା,  ନଟିଆ ପରି ନଖରାମି କରିବାରେ ମାତିବାର ଦେଖିବାକୁ ମିଳୁଛି । ୟୁଟ୍ୟୁବ୍‌ରେ  ନଟଖଟ ନଟିଆର ଆକ୍ଟିଭିଟି ଦେଖି ଦେଖି ପିଲାମାନେ ମଧ୍ୟ ସେଇଭଳି ଆଚରଣ ଦେଖାଇବାକୁ ଲାଗିଲେଣି । ନଟିଆ କମେଡ଼ିକୁ ନେଇ ଏହାର ପ୍ରଯୋଜକ, ମିମିକ୍ରି ଆର୍ଟିଷ୍ଟ ବେଶ୍‌ ପ୍ରଶଂସା ସାଉଣ୍ଟୁଥିବା ବେଳେ ନଟିଆ ପ୍ରଭାବରେ ଏପଟେ ପିଲାମାନେ ଯେ ବିଗିଡ଼ି ଗଲେଣି ସେକଥା ଉପରେ କାହାର ନଜର ନାହିଁ । …..

{"id":184666,"sizeSlug":"large"}

ଏ ନଟିଆ ଏବେ ବାୟା କଲାଣି । ନଟିଆ ମାୟାରେ ପୂରା ବିଗିଡ଼ିଗଲେଣି ପିଲାନଟିଆ ଆଉ ତା’ ସାଙ୍ଗମାନେ ଯେଉଁଭଳି ଭାବେ ନଖରାମି  କରୁଛନ୍ତି, ସେସବୁକୁ ଏବେ କପି କଲେଣି ଛୋଟ ଛୋଟ ପିଲାଯାହା ଅଭିଭାବକଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି

{"id":184668,"sizeSlug":"large"}

ଆମେ କହୁଛୁ ଆଜିକାଲି ୟୁଟ୍ୟୁବ୍‌ରେ ପ୍ରସାରିତ ନଟିଆ କମେଡି କାର୍ଟୁନ୍‌ କଥା । ଏହି କାର୍ଟୁନ୍‌ ଶୋ’ର ପ୍ରଯୋଜକ ହୁଅନ୍ତୁ କି ମିମିକ୍ରି ଆର୍ଟିଷ୍ଟ ସମସ୍ତେ ଏବେ ନଟିଆର ପପୁଲାରିଟି ପାଇଁ ଖୁବ୍‌ ପ୍ରଶଂସା ସାଉଣ୍ଟିଛନ୍ତି । ହେଲେ ନଟିଆ ପ୍ରଭାବରେ ଏପଟେ ଘରେ ଘରେ ପିଲାମାନେ ଯେ ବିଗିଡ଼ି ଗଲେଣି ସେକଥା ଉପରେ କାହାର ନଜର ନାହିଁ ।

{"id":184670,"sizeSlug":"large"}

ପିଲାମାନଙ୍କୁ ଯାହା ପଚାରିଲେ ସେମାନେ ନଟିଆ ଭଳି ଖନେଇ କହିବାକୁ ଚେଷ୍ଟା କରୁଛନ୍ତି । ନଟିଆର ଦୀପାବଳି ଏପିସୋଡ୍‌ରେ ନଟିଆର ସାଙ୍ଗମାନେ ଘର ଭିତରକୁ ବାଣ ଫିଙ୍ଗିବାର ଦେଖି ପିଲାମାନେ ମଧ୍ୟ ଘର ଭିତରକୁ ବାଣ ପିଙ୍ଗିବା ଭଳି ଅଭିଯୋଗ ହୋଇଛି ।

{"id":184672,"sizeSlug":"large"}

କିଏ ଘରେ ଭିତରକୁ ବାଣ ଫିଙ୍ଗୁଛି ତ ଆଉ କିଏ ମଶାରି କଣା କଲାଣିନଟିଆର ନଖରାମି ପିଲାମାନଙ୍କ ଉପରେ ଏମିତି ପ୍ରଭାବ ପକାଇଛି ଯେ, ସେମାନେ ପ୍ରତ୍ୟେକ କଥାରେ ନଟିଆ ଓ ତା’ର ସାଙ୍ଗ ମାନଙ୍କ ଚରିତ୍ର ଭଳି ଆଚରଣ ଦେଖାଉଛନ୍ତି । ମନସ୍ତତ୍ବବିତ୍‌ଙ୍କ ଅନୁସାରେ ପିଲାମାନେ ଯାହା ଦେଖନ୍ତୁ ତାକୁ କପି କରନ୍ତି ଆଉ  କାମରେ ଲଗାଇବାକୁ ଚେଷ୍ଟା କରନ୍ତି । ସେମାନେ ଭଲ କଥା ଦେଖିଲେ ଭଲ କଥା ଶିଖିବେ । ଆଉ ଖରାପ ଦେଖିଲେ ଖରାପ କାମ ହିଁ କରିବେ । ଏମିତିରେ ନଟିଆର ଦୁଷ୍ଟାମୀ ଦେଖି ଦେଖି ଛୋଟ ଛୋଟ ପିଲାଏ ମଧ୍ୟ  ଦୁଷ୍ଟାମୀରେ ମାତିଲେଣି ।

{"id":184673,"sizeSlug":"large"}

ସାମାଜିକ ଗଣମାଧ୍ୟମ ସାହାରା ନେଇ ରାତାରାତି ପପୁଲାର ହେବାକୁ ଚାହୁଁଥିବା ନଟିଆ କମେଡି କାର୍ଟୁନ୍‌ର କର୍ମକର୍ତ୍ତାମାନେ ମଧ୍ୟ ଏକଥାକୁ ଗୁରୁତ୍ବ ଦେବା ଦରକାର । ନଟିଆ କାର୍ଟୁନ୍‌ରେ ଗୋଟେ ଚରିତ୍ରର ଦୁଷ୍ଟାମୀକୁ ନଦେଖାଇ ଯଦି ସମାଜ ପ୍ରତି ତା’ର କର୍ତ୍ତବ୍ୟ, ଦାୟିତ୍ବବୋଧକୁ ଚିତ୍ରିତ କରିପାରନ୍ତେ ତାହା ବୋଧହୁଏ ଛୋଟ ଛୋଟ ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକାଇପାରନ୍ତା ।

{"id":184674,"sizeSlug":"large"}

କାରଣ ପିଲାମାନେ ହେଉଛନ୍ତି ମାଟି ପିଣ୍ଡୁଳା । ସେମାନଙ୍କୁ ଯେମିତି ଗଢ଼ିବା ସେମାନେ ସେମିତି ତିଆରି ହେବେ ।ତେଣୁ ସମାଜର ବୁଦ୍ଧିଜୀବୀ ମାନେ ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

{"id":184675,"sizeSlug":"large"}
{"id":184676,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.