Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ରାମମନ୍ଦିର ଭୂମି ପୂଜା ଲାଗି ଅଯୋଧ୍ୟା ଯିବେନି ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ !

2/08/2020 at 4:52 PM

ଅଯୋଧ୍ୟା ୨।୮:  ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ମିଳୁଥିବା ସୂଚନା ଅନୁସାରେ ଦେଶର ରାମମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ କିନ୍ତୁ କାର୍ଯ୍ୟକ୍ରମକୁ ଆସିବେ ନାହିଁ। ରାମ ମନ୍ଦିର ଆନ୍ଦୋଳନର ଉଭୟ ଅଗ୍ରଦୂତ ଭିଡିଓ କନଫରେନସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି।

ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ଭୂମିପୂଜନ ପ୍ରସ୍ତୁତି ଚଳାଇଥିବା ବେଳେ ଉତ୍ତରପ୍ରଦେଶ ଯୋଗୀ ସରକାର ଏଥିରେ ସହଯୋଗ କରୁଛନ୍ତି। ଆୟୋଜକ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନେ ଭୂମି ପୂଜନ ଉତ୍ସବ ନିମନ୍ତେ ଆଡଭାନୀ ଓ ଯୋଶୀଙ୍କୁ ଟେଲିଫୋନ ଯୋଗେ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଛନ୍ତି। ତେବେ ସେମାନେ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ରୂପେ ଯୋଗଦେବେ କି ନା ସେ ନେଇ ଏବେବି ଆଶଙ୍କା ଜାରି ରହିଛି। ହେଲେ ମିଳୁଥିବା ସୂଚନାରୁ ୫ ଅଗଷ୍ଟ ଭୂମି ପୂଜା କାର୍ଯ୍ୟକ୍ରମରେ ସେ ଅଯୋଧ୍ୟା ନ ଆସି ଭିଡିଓ କନଫରେନସିଂରେ ଉତ୍ସବରେ ଭାଗ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଭୂମି ପୂଜା କାର୍ଯ୍ୟକ୍ରମଲାଗି ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଉଭୟ ନେତାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ ପତ୍ର  ପଠାଇବା ସହ ଟେଲିଫୋନରେ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ନିମନ୍ତ୍ରଣ କରିଛନ୍ତି। ତେବେ କୌଣସି ଅଜ୍ଞାତ କାରଣ ଯୋଗୁ ଉଭୟ ନେତା କାର୍ଯ୍ୟକ୍ରମରେ ଭୌତିକ ରୂପେ ଯୋଗ ଦେଇ ନ ପାରିନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଫାୟାରବ୍ରାଣ୍ଡ ବିଜେପି ନେତ୍ରୀ ଉମା ଭାରତୀ କିନ୍ତୁ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଘୋଷଣା କରିଛନ୍ତି।

ଅଯୋଧ୍ୟାରେ ହେବାକୁ ଯାଉଥିବା ଭୂମି ପୂଜା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ବିଶିଷ୍ଟ ବ୍ୟାକ୍ତିଙ୍କୁ ଆମନ୍ତ୍ରିତ କରାଯାଉଛି।  ଏଥିରେ ସଂଘ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍‌, ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଲ ଦାସ ମାହାରାଜ ପ୍ରମୁଖ ଆମନ୍ତ୍ରିତ ଅଛନ୍ତି।

   Related Posts