ସୁଶାନ୍ତ ସିଂହଙ୍କ ବାଲକନିରେ ରହିଛି ଅତ୍ୟାଧୁନିକ ଟେଲିସ୍କୋପ : ବୈଜ୍ଞାନିକଙ୍କ ଖୁଲାସା, ଅଧୁରା ରହିଗଲା ଏହି ସ୍ବପ୍ନ...

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୦୬ : ଆମେରିକା ସ୍ଥିତ ଏଷ୍ଟ୍ରୋଫିଜିଷ୍ଟ ଏବଂ ବୈଜ୍ଞାନିକ ଡ.କରନ ଜାନି ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଏହିଭଳି ଏକ ଅଂଶକୁ ନେଇ ଖୁଲାସା କରିଛନ୍ତି ଯାହା ଉପରେ ସମ୍ଭବତଃ କାହାର ନଜର ପଡିଥିବ | ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ଶୁଣି ଡ.ଜାନି ସ୍ତବ୍ଦ ରହିଗେଲେ | ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଏକ ପୋଷ୍ଟ ଲେଖିଛନ୍ତି | ସେ ଲେଖିଛନ୍ତି, 'ମୁଁ ବହୁତ ଭାଗ୍ୟଶାଳୀ ଯେ ତୁମର ଆଉ ଏକ ପ୍ରତିଛବି ଦେଖିବାକୁ ପାଇଥିଲି | ବୁକ ସେଲ୍ଫରେ ରଖିଥିବା ମୋଟା ନୋଟ ବହି, ଅନ୍ୟ କଳାକାରଙ୍କ ଠାରୁ ତୁମ ଜୀବନ ସମ୍ପୂର୍ଣ ଭିନ୍ନ ଥିଲ |'

{"id":286775,"sizeSlug":"large"}

ଡ.ଜାନି ଲେଖିଛନ୍ତି, ସୁଶାନ୍ତ ସିଂହ ନିଜ ସୋସିଆଲ ମିଡ଼ିଆ ପେଜରେ ବାୟୋରେ ଲେଖିଥିଲେ, 'ଫୋଟୋନ ଇନ ଏ ଡବଲ ସ୍ଲୀଟ | ଯଦି ଆପଣ ଏହି ପୋଷ୍ଟକୁ ଧ୍ୟାନର ସହିତ ଦେଖନ୍ତି ତାହେଲେ ଜାଣିପାରିବେ ସେ କଥା କଥାରେ ଅନେକ ହିଣ୍ଟ ଦେଇଥିଲେ |' ସେ କହିଛନ୍ତି, ସେ ଜଣେ ବଲିଉଡ ତାରକ, ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି କିନ୍ତୁ ସେ ଏହି ପୃଥିବୀରେ କୌଣସି ଏକ ଖାସ ଜିନିଷ ଖୋଜୁଥିଲେ | ସେ ଅନ୍ୟମାନଙ୍କ ଠାରୁ ବହୁତ ଅଲଗା ବୋଲି ଡ.ଜାନି କହିଛନ୍ତି |

{"id":286769,"sizeSlug":"large"}

ସେ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ନିଜ ବାଲକନିରେ ଆଡ଼ଭାନ୍ସ ଟେଲିସ୍କୋପ ରଖିଥିଲେ | ସେ ଆମେରିକାର LIGO ଲ୍ୟାବ ଯିବା ପାଇଁ ସ୍ବପ୍ନ ଦେଖୁଥିଲେ | ଏହି ଟେଲିସ୍କୋପକୁ ସେ ସୋନଚିଡିୟା ଫିଲ୍ମ ସୁଟିଙ୍ଗ ସମୟରେ ଚମ୍ବଲକୁ ମଧ୍ୟ ନେଇକି ଯାଇଥିଲେ | ନେବ୍ୟୁଲାକୁ ଅନୁଭବ କରିବା ପାଇଁ ସେ ଟେଲିସ୍କୋପ ନେଇ ଚମ୍ବଲ ଯାଇଥିଲେ | ନେବ୍ୟୁଲା ଅନ୍ତରୀକ୍ଷର ଏକ ଦେଖା ଦେଉଥିବା ଧୂଳି ଓ ଗ୍ୟାସର ମିଶ୍ରଣରେ ସୃଷ୍ଟି ହେଉଥିବା ଏକ ବାଦଲ ସଦୃଶ୍ୟ | ୨୦୧୮ ମସିହାରେ ଏସିଆନ ପେଣ୍ଟସର ଏକ ଆଡ଼ରେ ସୁଶାନ୍ତ ସିଂହ ନିଜର ବୁକ ସେଲ୍ଫ ଓ ଟେଲିସ୍କୋପକୁ ଦେଖାଇଥିଲେ | 

{"id":286771,"sizeSlug":"large"}

ସୁଶାନ୍ତ ସିଂହ ରାଜପୁତଙ୍କ ଘର ଅନ୍ୟ ତାରକଙ୍କ ଘର ଠାରୁ ସମ୍ପୂର୍ଣ ଭିନ୍ନ | ତାଙ୍କ ଘରେ ଅନେକ ଫିକ୍ସନ ଓ ନନ ଫିକ୍ସନ ବହି ରହିଛି | ବାଲକନିରେ ଆଧାନସ ଟେଲିସ୍କୋପ ରହିଥିଲା | ଡ.ଜାନି କହିଛନ୍ତି, ସୁଶାନ୍ତ ସିଂହଙ୍କୁ ଇସ୍ଟ୍ରୋଫିଜିକ୍ସ, ସ୍ତ୍ରିଙ୍ଗ ଥିଓରୀ ଏବଂ ସାଟର୍ଣ୍ଣ ସମ୍ପର୍କରେ ଆଲୋଚନା କରିବାକୁ ବହୁତ ପସନ୍ଦ କରୁଥିଲେ | ଫିଲ୍ମ ଇଣ୍ଡଷ୍ଟ୍ରିରେ ବୋଧହୁଏ ଏମିତି କିଏ ଥିବେ ଯିଏ ଏହିସବୁ ଉପରେ ସଉକ ରଖୁଥିଲେ ଏବଂ କଥାବାର୍ତ୍ତା ହେବାକୁ ଭଲ ପାଉଥିଲେ ବୋଲି କହିଛନ୍ତି ଡ.ଜାନି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.