ପରକୀୟା ପ୍ରୀତି ଅପରାଧ ନୁହେଁ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 27, 2018 IST

୨୭/୯ : ମହିଳାଙ୍କ ପ୍ରତି ଅସମ୍ମାନ ଆଚରଣ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ | ମହିଳାଙ୍କ ସମ୍ମାନ ସର୍ବୋପରି ବୋଲି କହିଛନ୍ତି ସୁପ୍ରିମକୋର୍ଟ | ସ୍ତ୍ରୀଙ୍କ ମାଲିକ ତାଙ୍କ ସ୍ୱାମୀ ନୁହଁନ୍ତି | ଆଇପିସିର ୪୯୭ ଧାରା ମହିଳାଙ୍କ ସମ୍ମାନର ବିରୋଧାଚରଣ କରୁଛି, ମହିଳା ଏବଂ ପୁରୁଷଙ୍କ ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଆଇପିସି ର ଧାରା ୪୯୭ର ବୈଧତା ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି | ଫଳରେ ୧୫୮ ବର୍ଷ ପୁରୁଣା ଆଇନ ରଦ୍ଦ ହୋଇଛି। ପରକୀୟା ପ୍ରୀତି ଅପରାଧ ନୁହେଁ | ତେବେ ଏହା ଛାଡପତ୍ର ଦେବା ପାଇଁ ଏକ ଆଧାର ହୋଇପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ | ପୂର୍ବରୁ ପରକୀୟା ପ୍ରୀତିରେ ସଂପୃକ୍ତ ପୁରୁଷକୁ ଅପରାଧୀ ବୋଲି ବିବେଚନା କରାଯାଉଥିଲା | କୌଣସି ବିବାହିତା ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖିଥିବା ପୁରୁଷଙ୍କୁ ପୂର୍ବ ଆଇନ ଅନୁସାରେ ୫ ବର୍ଷ ଜେଲ ଦଣ୍ଡ କିମ୍ବା ଜୋରିମାନା ବିଧି ରହିଥିଲା | ଆଇନ ଅନୁସାରେ ମହିଳାଙ୍କୁ କୌଣସି ଭାବେ ଅପରାଧୀ ବିବେଚନା କରାଯାଉନଥିଲା | ତେବେ ଯଦି ପରକୀୟା ପ୍ରୀତି ଯୋଗୁଁ ଦମ୍ପତ୍ତିଙ୍କ ମଧ୍ୟରୁ କେହି ଯଦି ଆତ୍ମହତ୍ୟା କରନ୍ତି ତାହେଲେ ଏନେଇ ଅପରାଧିକ ମାମଲା ରୁଜ୍ଜୁ ହେବ | ସୂଚନାଯୋଗ୍ୟ ଯେ, ପରକୀୟା ପ୍ରୀତି କେମିତି ଅପରାଧ ନୁହେଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ପକ୍ଷ ରଖିଥିଲେ । କେନ୍ଦ୍ର କହିଥିଲା ଯେ, ପାରିବାରିକ ଶାନ୍ତି ବଜାୟ ରଖିବା ପାଇଁ ଦଣ୍ଡବିଧାନ ରହିବା ଉଚିତ | । ଏ ସମ୍ପର୍କରେ ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ, ପରକୀୟା ପ୍ରିତି ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ଅପେକ୍ଷା ଗୋଟେ ଦୁଃଖଦ ଜୀବନର ପରିଣତି ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.