ଦକ୍ଷିଣପୂର୍ବ ରେଳ ADRMଙ୍କ ରାଇରଙ୍ଗପୁର ଷ୍ଟେସନ ପରିଦର୍ଶନ,ଶୀଘ୍ର ରେଳ ଚଳାଚଳ ନେଇ ଦାବିପତ୍ର ପ୍ରଦାନ
11/01/2021 at 10:55 AM

ରାଇରଙ୍ଗପୁର ୧୧।୦୧ : ଦକ୍ଷିଣପୂର୍ବ ରେଳବାଇ ଏଡିଆରଏମଙ୍କ ରାଇରଙ୍ଗପୁର ଗସ୍ତ। ଚକ୍ରଧରପୁର ଡିଭିଜନର ଅତିରିକ୍ତ ଡିଭିଜନାଲ ରେଳବାଇ ମ୍ୟାନେଜର ବି କେ ସିହ୍ନା ରେଳବାଇର ଅନ୍ୟ ଅଧିକାରୀଙ୍କ ସହ ଟାଟା-ବାଦାମପାହାଡ଼ ରେଳ ଲାଇନରେ ଚାଲିଥିବା ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ତାସହିତ ବିଭିନ୍ନ ରେଳଷ୍ଟେସନର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ତେବେ ଏଡିଆରଏମଙ୍କ ଗସ୍ତ ସମୟରେ ରାଇରଙ୍ଗପୁର ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତିଙ୍କ ସମେତ କିଛି ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଭେଟି ମକର ସଂକ୍ରାନ୍ତି ପୂର୍ବରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ଦାବି କରିଛନ୍ତି । ଏହାସହିତ ଟ୍ରେନ ଚଳାଚଳକୁ ବାଦାମପାହାଡରୁ ଟାଟାନଗର ଦେଇ ରାଉରକେଲା ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି କରିଛନ୍ତି । ଏନେଇ ଜେନେରାଲ ମ୍ୟାନେଜର, ଦକ୍ଷିଣପୂର୍ବ ରେଳବାଇ, କଲିକାତା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
