ଏବେ ସବୁ ଠିକଣାର ହେବ ଡିଜିଟାଲ ଆଡ୍ରେସ୍ କୋଡ, ଜାଣନ୍ତୁ କ’ଣ ହେବ ଲାଭ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୧।୧୧: ଭାରତୀୟ ଡାକ ବିଭାଗ ଏବେ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡିଛି। ଏହାକୁ ଡିଜିଟାଲ ଆଡ୍ରେସ କୋଡ ଅର୍ଥାତ ଡିଏସି କୁହାଯାଉଛି। ଏହି କୋଡ ଏବେ ଦେଶର ପ୍ରତ୍ୟେକ ଠିକଣାକୁ ମିଳିବ। ଫଳରେ ସାମାନ ଡେଲିଭରି ସାଙ୍ଗକୁ ସମ୍ପତ୍ତି ଶୁଳ୍କ ଦାଖଲ ଲାଗି ଲୋକଙ୍କୁ ସୁବିଧାଜନକ ହେବ। ତେବେ ଏହି ଡିଜିଟାଲ ଆଡ୍ରେସ କୋଡ କୌଣସି ଘରର ୟୁନିକ ଆଡ୍ରେସ୍ ଆଇଡେଣ୍ଟିଟି (ୟୁଏଆଇ)ରେ ପରିଣତ ହେବ।

{"id":537060,"width":841,"height":652,"sizeSlug":"full","linkDestination":"none"}

ଏହି ୟୁଏଆଇ ଠିକ୍ ଆଧାର ଭଳି ହେବ। ଯାହାକୁ ଠିକଣା ଲାଗି ଥରଟିଏ ବିଭାଗ ଜାରି କରିବେ ଓ ସବୁଦିନେ ଉପଯୋଗୀ ହେବ। ଯାହା ଦ୍ୱାରା ଲୋକଙ୍କୁ ଆଉ ନିଜର ଦୀର୍ଘ ଠିକଣା ଲେଖିବାକୁ ପଡିବନି। କେବଳ କ୍ୟୁଆର କୋଡ ଦେଇ ଦେଲେ ହିଁ କାମ ହୋଇଯିବ। ତେବେ ଏଥିରୁ ସବୁଠାରୁ ଯାହା ସୁବିଧାଜନକ  ତାହା ହେଉଛି ଆପଣଙ୍କ ଠିକଣା ଡିଜିଟାଲ ମ୍ୟାପ୍‌ରେ ବି ଦେଖା ଯାଇପାରିବ। କେହି ଆପଣଙ୍କ ଠିକଣାରେ ପହଞ୍ଚିବାକୁ ହେଲେ ଏଣେତେଣେ ଭଟକିବେ ନାହିଁ।

{"id":537061,"width":841,"height":553,"sizeSlug":"full","linkDestination":"none"}

ତେବେ କେବଳ ଘର ନୁହେଁ କାର୍ଯ୍ୟାଳୟ, ଉଚ୍ଚା ବିଲ୍ଡିଂ ଓ ଆପାର୍ଟମେଣ୍ଟ ଆଦି ଲାଗି ମଧ୍ୟ ଏହି ଠିକଣା ଉପଲବ୍ଧ କରାଯିବ। ଡିଜିଟାଲ ଠିକଣା ଲାଗି ପ୍ରଶିକ୍ଷିତ କର୍ମଚାରୀ ଲୋକଙ୍କ ଘରକୁ ଯିବେ। ଏହା ପରେ ଅଲଗା ଅଲଗା ଲୋକଙ୍କ ଲାଗି ଅଲଗା ଅଲଗା ଆଇଡେଣ୍ଟିଫିକେସନ ପ୍ରସ୍ତୁତ ହେବ।  ପରେ ଏହି ଆଡ୍ରେସକୁ ଜିଓ ସ୍ପେଶିଆଲକୋଅର୍ଡିନେର୍ଟ ସହିତ ଲିଙ୍କ କରିଦିଆଯିବ। ଏହା ସହ ଆପଣଙ୍କୁ ଏକ ଡିଜିଟାଲ ଆଡ୍ରେସ ମିଳିବ। ଏଥିରେ ଗଳି, ମହଲ୍ଲା, ନମ୍ବର ଆଦି ରହିବ ନାହିଁ। ତେବେ ଏଥିରେ ନମ୍ବର ଓ ଅକ୍ଷର ସହ କୋଡ ରହିବ। ଯାହା ଦ୍ୱାରା ଆପଣଙ୍କ ଠିକଣା ଚିହ୍ନଟ ହୋଇପାରିବ। ଏହା ଆଧାର ପରି ସ୍ଥାୟୀ ହେବ ଯାହାକୁ ପରେ ଆଉ ବଦଳାଯାଇ ପାରିବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.