Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଓଡିଶାରେ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତଙ୍କ ବିରୋଧରେ ରହିଛି ସଙ୍ଗିନ ଅପରାଧିକ ମାମଲା: ଓଇଡବ୍ଲୁ ଓ ଏଡିଆର

27/05/2019 at 8:04 PM

ଭୁବନେଶ୍ବର ୨୭।୫:  ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ସରିଛି । ୧୪୬ ବିଧାନସଭା ଆସନ ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାଜିମାତ କରିଛି । ତେବେ ଚଳିତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ଅର୍ଥାତ ୬୭ ଜଣ ବିଧାୟକ ଦାଗି। ଏହି ସୂଚନା ଦେଇଛନ୍ତି ସମାଜିକ ସଙ୍ଗଠନ ଓଡିଶା ଇଲେକ୍ସନ ଓ୍ବାଚ୍ (ଇଓଡବ୍ଲୁ) ଓ ଆସୋସିଶନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର)। ଏହି ବିଧାୟକମାନେ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ନିଜେ ସେମାନଙ୍କ ବିରୋଧରେ ଏଭଳି ଅଭିଯୋଗ ଥିବା ସ୍ବୀକାର କରିଛନ୍ତି।

ନିର୍ବାଚିତ ବିଧାୟକମାନଙ୍କ ସ୍ବୀକାରୋକ୍ତି ଅନୁସାରେ ୪୯ ଜଣ ଅର୍ଥାତ ୩୪ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅପରାଧ ଅଭିଯୋଗ ରହିଛି। ବିଜୁ ଜନତାଦଳର ନିର୍ବାଚିତ ୧୧୨ ଜଣ ବିଧାୟକଙ୍କ ମଧ୍ୟରୁ ୪୬ ଜଣ ଅର୍ଥାତ ୪୧ ପ୍ରତିଶତଙ୍କ ବିରୋଧରେ ଏଭଳି ଅଭିଯୋଗ ଥିବା ବେଳେ ବିଜେପିର ନିର୍ବାଚିତ ୨୩ ବିଧାୟକ ମଧ୍ୟରୁ ୧୪ ଅର୍ଥାତ୍ ୬୧ ପ୍ରତିଶତ ଓ କଂଗ୍ରେସର ନିର୍ବାଚିତ ୯ ଜଣ ବିଧାୟକଙ୍କମଧ୍ୟରୁ ୬ଜଣ ଅର୍ଥାତ ୬୭ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି।

ରିପୋର୍ଟ ଅନୁସାରେ ବିଧାନସଭାକୁ ଏବେ ଏଭଳି ଅଧିକରୁ ଅଧିକ ବିଧାୟକ ନିର୍ବାଚିତ ହେଉଥିବାରୁ ଉଦବେଗ ପ୍ରକାଶ ପାଇଛି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୫୨ଜଣ ଅର୍ଥାତ୍ ୩୫ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୪୧ ଜଣ ଅର୍ଥାତ ୨୮ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅପରାଧିକ ମୋକଦ୍ଦମା କୋର୍ଟରେ ଲମ୍ବିତ ଥିଲା।

   Related Posts