ବାଲେଶ୍ବର ଲୋକସଭାର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୦୪କୋଟି, ଆଉ କେଉଁ ପ୍ରାର୍ଥୀଙ୍କ ସମ୍ପତ୍ତି କେତେ ଜାଣନ୍ତୁ

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର ୨୬|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରହିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣଙ୍କ ସମ୍ପତ୍ତି ୫ କୋଟି ଟଙ୍କାରୁ ଅଧିକ । ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ନବଜ୍ୟୋତି ପଟ୍ଟନାୟକଙ୍କ ସମ୍ପତ୍ତି ସବୁଠାରୁ ଅଧିକ । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧୦୪ କୋଟି । ସେହିଭଳି ଏହି ପର୍ଯ୍ୟାୟର ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ଧନୀ ହେଉଛନ୍ତି ନବଜ୍ୟୋତିଙ୍କ ପିତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ ୬୦ କୋଟି ବୋଲି ଏଡିଆର ଏବଂ ଓଡିଶା ଇଲେକ୍ସନ ଓ୍ବାଚ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ଲୋକସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକାରେ ବାଲେଶ୍ବର ଲୋକସଭାର ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୧୧ଲକ୍ଷ, ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୧୩ଲକ୍ଷ ଟଙ୍କା  । ସେହିଭଳି ବାଲେଶ୍ବରର ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ସ୍ବାଧୀନ କୁମାର ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ ୨ଲକ୍ଷ ଟଙ୍କା । କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୫୭ କୋଟି ଟଙ୍କା । ସେହିଭଳି କେନ୍ଦ୍ରାପଡାର ବିଜେଡି ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨କୋଟି । କେନ୍ଦ୍ରାପଡା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ସମ୍ପତ୍ତିର ମୂଲ୍ୟ ୪କୋଟି । ଭଦ୍ରକ ଲୋକସଭାର ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସମ୍ପତ୍ତିର ମୂଲ୍ୟ ୪କୋଟି ହୋଇଥିବାବେଳେ  କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀଙ୍କର ସମ୍ପତ୍ତିର ମୂଲ୍ୟ କୋଟିଏ । ଅପରପକ୍ଷରେ ଭଦ୍ରକ ଲୋକସଭାର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କର ସମ୍ପତ୍ତିର ମୂଲ୍ୟ ୩କୋଟି ଦର୍ଶାଯାଇଛି । ଭଦ୍ରକର ବିଏସପି ପ୍ରାର୍ଥୀ ମୁରଲିଧର ଜେନାଙ୍କ ସମ୍ପତ୍ତିର ମୂଲ୍ୟ ୩୮ଲକ୍ଷ ଦର୍ଶାଯାଇଛି । ଜଗତସିଂହପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ସମ୍ପତ୍ତି ୪କୋଟି ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଭୁ ତରାଇଙ୍କ ସମ୍ପତ୍ତିର ମୂଲ୍ୟ ୫୪ ଲକ୍ଷ ଓ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ୨୮ଲକ୍ଷ ଟଙ୍କା । ମୟୁରଭଞ୍ଜ ଲୋକସଭା ଆସନର ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କ ସମ୍ପତ୍ତିର ମୂଲ୍ୟ ୨କୋଟି । ଯାଜପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟି ହୋଇଥିବାବେଳେ ଏଠାରକୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ଏକ କୋଟି ଦର୍ଶାଯାଇଛି । ଯାଜପୁରର ଜୟପ୍ରକାଶ ଜନତା ଦଳ ପ୍ରାର୍ଥୀ ଶଙ୍କର ବେହେରାଙ୍କ ସମ୍ପତ୍ତିର ମୂଲ୍ୟ ଏକ କୋଟି ହୋଇଥିବାବେଳେ ଏଠାରୁ ବହୁଜନ ମୁକ୍ତି ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରଞ୍ଜିତ ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ୨୫ଲକ୍ଷ ଟଙ୍କା । ବାଲେଶ୍ବର ଲୋକସଭା ଆସନରୁ ଆମ୍ବେଦକର ନ୍ୟାସନାଲ କଂଗ୍ରେସର ପ୍ରାର୍ଥୀ ମହମ୍ମଦ ଅଲ୍ଲୀଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟି ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.