ପାକିସ୍ତାନୀ ପଚାରିଲେ ଆଦନାନ୍‌ ସାମୀଙ୍କୁ ତୁମ ପିତାଙ୍କର ଜନ୍ମ କେଉଁଠାରେ ,କେଉଁଠାରେ ମୃତ୍ୟୁ- ଦେଲେ ଏପରି ଉତ୍ତର

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ - ଆଦନାନ୍‌ ସାମୀ ବଲିଉଡ୍‌ର ଜଣେ ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର । ଲଣ୍ଡନରେ ତାଙ୍କର ଜନ୍ମ । ମାତ୍ର ତାଙ୍କର ପିତା ଅରସଦ ଅଲି ଖାନ୍‌ କାଶ୍ମୀରରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୨ ମସିହାରେ କାଶ୍ମୀରରେ ଜନ୍ମ ଗ୍ରହଣ କରିଥିବା ବେଳେ ବ୍ରିଟିଶ୍‌ ଇଣ୍ଡିଆ ଅଧିନରେ ପେଶଓ୍ୱାରକୁ ଚାଲିଯାଇଥିଲେ । ଏହାପରେ ସେ ପାକିସ୍ତାନ ବାୟୁସେନାରେ ଯୋଗ ଦେଇଥିଲେ । ପରେ ତାଙ୍କୁ ବ୍ରିଟେନ୍‌କୁ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ ପଠାଯାଇଥିଲା । ସେହିଠାରେ ଆଦନାନ୍‌ ଜନ୍ମ ହୋଇଥିଲେ । ମାତ୍ର ଆଦନାନ୍‌ ସଙ୍ଗୀତ ପ୍ରତି ଆକୃଷ୍ଟ ହେବାପରେ ମୁମ୍ବାଇ ଆସିଥିଲେ । ସେଠାରେ ପ୍ରତିଷ୍ଠିତ ହେବାପରେ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି ।


ତାଙ୍କର ପିତା ବ୍ରିଟିଶ୍‌ ଇଣ୍ଡିଆରେ ଜନ୍ମ ହେବା ସହ ମୃତ୍ୟୁ ମଧ୍ୟ ମୁମ୍ବଇରେ ହୋଇଥିଲା । ସେ ପାକିସ୍ତାନ ବାୟୁସେନାର ପାଇଲଟ ଥିଲେ । ମାତ୍ର ଜୀବନର ଶେଷ ବେଳକୁ ତାଙ୍କୁ ଅଗ୍ନାଶୟ ବା ପାନକ୍ରିଆଜ୍‌ କ୍ୟାନସର ହୋଇଥିଲା। ଲଣ୍ଡନରେ ଚିକିତ୍ସାପରେ ଭଲ ନ ହେବାରୁ ମୁ୍ମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଭାରତରେ ଜନ୍ମ ହୋଇ ଭାରତରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମାତ୍ର କରାଚୀରେ ତାଙ୍କୁ କବର ଦିଆଯାଇଥିଲା ।

wp:core-embed/twitter {"url":"https://twitter.com/AdnanSamiLive/status/1161924209506840576","type":"rich","providerNameSlug":"twitter","className":""}
https://twitter.com/AdnanSamiLive/status/1161924209506840576
/wp:core-embed/twitter


ଏହାକୁ ଆଦନାନ୍‌ ସାମୀ ଟ୍ୱିଟ କରିଛନ୍ତି । ତାଙ୍କର ପିତା ଭାରତରେ ଜନ୍ମ ହୋଇଥିବା ବେଳେ ଭାରତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହା ସହ ସେ ସାରେ ଜାହଁସେ ଆଛା ହିନ୍ଦୁ ସିତାନ ହାମାର ବି ଟ୍ୱିଟ କରିଛନ୍ତି ।

wp:core-embed/twitter {"url":"https://twitter.com/AdnanSamiLive/status/1161818537264132096","type":"rich","providerNameSlug":"twitter","className":""}
https://twitter.com/AdnanSamiLive/status/1161818537264132096
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.