ପୁଣି ଥରେ ବଢ଼ିଲା ଆଦନାନ ସାମିଙ୍କ ଓଜନ : ଏୟାରପୋର୍ଟରେ ସ୍ପଟ୍ ହେଲେ ସପରିବାର
24/11/2019 at 4:10 PM

ମୁମ୍ବାଇ ୨୪/୧୧: ବଲିଉଡ ସିଙ୍ଗର ଆଦନାନ ସାମି ଦିନେ ନିଜ ବର୍ଦ୍ଧିତ ଓଜନ ପାଇଁ ଜଣାଶୁଣା ଥିଲେ। ସେ ସେହି ସମୟରେ ୨୨୦-୨୩୦କିଲୋ ଓଜନ ବିଶିଷ୍ଟ ଥିଲେ। ପରେ ସେ ନିଜ ଓଜନ କମ୍ କରିଥିଲେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। କିନ୍ତୁ ଏବେ ଆଦନାନ ସମସ୍ତଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ପ୍ରକୃତରେ ଆଦନାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା ଏବଂ ତାଙ୍କ ଓଜନ ପୁଣି ଥରେ ବଢ଼ିଯାଇଥିବା ଦେଖାଯାଇଥିଲା। ଯଦି ଆପଣଙ୍କର ମନେ ଥିବ ଆଦନାନ ନିଜର ଓଜନ ୭୫କିଲୋ କରି ଦେଇଥିଲେ।

ତାଙ୍କର ଏହି ଟ୍ରାନ୍ସଫର୍ମେସନ ଜୋରସୋରରେ ଚର୍ଚ୍ଚା ହୋଇଥିଲା। କେବଳ ଏତିକି ନୁହେଁ ଆଦନାନ ନିଜେ ମଧ୍ୟ ଏହି କଥାରେ ବହୁତ ଖୁସି ଥିଲେ ଏବଂ ସେ ତାଙ୍କର ଅନେକ ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଏବେ ଆଦନାନ ପୁଣି ଥରେ ମୋଟା ହୋଇଯାଇଛନ୍ତି। ଆଦନାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ନିଜ ପରିବାର ସହ ସ୍ପଟ୍ କରାଯାଇଥିଲା। ସେ ମିଡିଆର କ୍ୟାମେରା ଦେଖି ସ୍ମାଇଲ୍ କରିଥିଲେ।

ସିଙ୍ଗର ଆଦନାନ ସାମି ପାକିସ୍ତାନରେ ରୁହନ୍ତି। ସେ କଭି ତୋ ନଜର ମିଲାଓ,ଥୋଡ଼ି ସି ଲିଫ୍ଟ କରା ଦେ ଆଦି ଗୀତ ଗାଇ ଭାରତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଥିଲେ।

ସେ ବଲିଉଡ ଫିଲ୍ମ ଯେପରିକି ‘ବଜରଙ୍ଗି ଭାଇଜାନ’,‘ଖୋସଲା କା ଘୋସଲା’,‘ଧମାଲ’,‘ଲାଇଫ ଇନ୍ ମେଟ୍ରୋ’ ଆଦିରେ ଗୀତ ଗାଇଛନ୍ତି।
