Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ପାକିସ୍ତାନର ହୀରୋ ଥିଲେ ଆଦନାନ ସାମିଙ୍କ ବାପା : ୧୯୬୫ ମସିହା ଯୁଦ୍ଧରେ ଭାରତ ଉପରେ କରିଥିଲେ ବୋମା ବର୍ଷଣ

28/01/2020 at 12:52 PM

ନୂଆଦିଲ୍ଲୀ ୨୮/୧: ଭାରତ ସରକାର ଗାୟକ ଆଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛି। ଏହା ପରେ ବିବାଦ ଦେଖା ଦେଇଛି। ଏହାର କାରଣ ଯେଉଁ ବ୍ୟକ୍ତିଙ୍କ ବାପା ଭାରତ ବିରୁଦ୍ଧରେ ଯୁଦ୍ଧ ଲଢ଼ିଛନ୍ତି ତାଙ୍କ ପୁଅଙ୍କୁ କିପରି ସମ୍ମାନ ମିଳି ପାରିବ? ଆଦନାନ ସାମିଙ୍କ ବାପା ଅରଶଦ ସାମି ଖାନ୍ ପାକିସ୍ତାନୀ ଏୟାରଫୋର୍ସଙ୍କ ତରଫରୁ୧୯୬୫ମସିହା ଯୁଦ୍ଧରେ ଭାରତ ବିରୁଦ୍ଧରେ ଯୁଦ୍ଧରେ ସାମିଲ ଥିଲେ। ଆସନ୍ତୁ ଜାଣିବା ଆଦନାନଙ୍କ ବାପା ଅରଶଦ ସାମି ଖାନଙ୍କ ବିଷୟରେ

 ଆଦନାନ ସାମିଙ୍କ ବାପା ଅରଶଦ ସାମି ଖାନ୍ ୧୯୪୨ମସିହା ଜାନୁୟାରୀ ୮ତାରିଖରେ ଆଫଗାନିସ୍ତାନର ହେରାତରେ ଜନ୍ମ ହୋଇଥିଲେ। ଆଦନାନଙ୍କ ଜେଜେବାପା ଅବଦୁଲ୍ ସାମି ଖାନ୍ ହେରାତର ଡେପୁଟି ଜେନେରାଲ୍ ଅଫ୍ ପୋଲିସ୍(ଡିଜିପି) ଥିଲେ। ସେହି ସମୟରେ ଭାରତ ଏବଂ ପାକିସ୍ତାନରେ ବିଭାଜନ ହୋଇନଥିଲା।

ଆଫଗାନିସ୍ତାନରେ ହୋଇଥିବା ବାଛା ସାକ୍ବା/ହବିବୁଲ୍ଲା କକାନୀ କ୍ରାନ୍ତି ସମୟରେ ଅରଶଦ ସାମି ଖାନଙ୍କ ଜେଜେ ବାପା ମେହଫୁଜ ଜନଙ୍କୁ ହତ୍ୟା କରି ଦିଆଯାଇଥିଲା। ଏହା ପରେ ଅରଶଦ ସାମି ଖାନଙ୍କ ପରିବାର ଆଫଗାନିସ୍ତାନର ହେରାତରୁ ଚାଲି ଯାଇ ପାକିସ୍ତାନର ପେଶାଓ୍ବରରେ ରହିଥିଲେ।

ପାରିବାରିକ ପରମ୍ପରାକୁ ମାନି ଆଦନାନଙ୍କ ବାପା ଅରଶଦ ସାମି ଖାନ୍ ମଧ୍ୟ ପାକିସ୍ତାନୀ ବାୟୁସେନାରେ ଯୋଗ ଦେଇଥିଲେ। ପାକିସ୍ତାନ ସରକାର ତାଙ୍କୁ ସିତାରା-ଏ-ଜୁର୍ରତ ଆଓ୍ବାର୍ଡ଼ ଦେବା ସମୟରେ ସେ ସେହି ଦେଶର ହୀରୋ ହୋଇ ଯାଇଥିଲେ। ଏହା ପାକିସ୍ତାନୀ ସେନାର ତୃତୀୟ ସବୁଠୁ ବଡ଼ ସାହସିକତା ପୁରସ୍କାର।

ପାକିସ୍ତାନର ଏୟାରଫୋର୍ସ ମ୍ୟୁଜିୟମରେ ଆଜି ମଧ୍ୟ ଅରଶଦ ସାମି ଖାନଙ୍କ ସାହସିକତାର ଫଟୋ ଏବଂ କାହାଣୀ ରଖାଯାଇଛି। ଅରଶଦ ସାମି ଖାନ୍ ୧୯୭୨ମସିହାରେ ପାକିସ୍ତାନୀ ବାୟୁସେନାରୁ ଅବସର ନେଇଥିଲେ ଏବଂ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ସରକାର ସମୟରେ ପାକିସ୍ତାନୀ ବୈଦେଶିକ ସେବାରେ ସାମିଲ ହୋଇଥିଲେ।

ଅରଶଦ ସାମି ଖାନ୍ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନ୍,ୟାହ୍ୟା ଖାନ୍ ଏବଂ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଏଡିସି ଥିଲେ। ଅରଶଦ ଅନେକ ଦେଶରେ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ। ୧୯୮୯ମସିହାରେ ତାଙ୍କୁ ଯକୃତ କ୍ୟାନସର ହୋଇଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଲଣ୍ଡନର କ୍ରୋମବେଲ୍ ହସ୍ପିଟାଲରେ ଚାଲିଥିଲା। ଏହା ପରେ ପାଖାପାଖି ୨୦ବର୍ଷ ପରେ ତାଙ୍କର ମୁମ୍ବାଇର କୋକିଳାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ୨୦୦୯ମସିହା ଜୁନ୍ ୨୨ତାରିଖରେ ପରଲୋକ ହୋଇଥିଲା।

୧୯୬୫ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅରଶଦ ସାମି ଖାନ୍ ପାକିସ୍ତାନୀ ଏୟାରଫୋର୍ସରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିଲେ। ପାକିସ୍ତାନ ଏୟାରଫୋର୍ସ ମ୍ୟୁଜିୟମର ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଅରଶଦ ସାମି ଖାନ୍ ସେହି ଯୁଦ୍ଧରେ ଗୋଟିଏ ଲଢ଼ୁଆ ବିମାନ,୧୫ଟି ଟ୍ୟାଙ୍କ ଏବଂ ୨୨ଟି ସୈନ୍ୟ ଗାଡ଼ିକୁ ଧ୍ବଂସ କରିଥିଲେ। ଏହି ସାହସିକତା ପାଇଁ ପାକିସ୍ତାନ ସରକାର ତାଙ୍କୁ ସିତାରା-ଏ-ଜୁର୍ରତ ଆଓ୍ବାର୍ଡ଼ ଦେଇଥିଲେ।

   Related Posts