ସ୍କୁଲରେ ନାଁ ଲେଖା ଆରମ୍ଭ ହେଲା

Published By : Prameya-News7 Bureau | June 08, 2020 IST

ଭୁବନେଶ୍ୱର, ୦୮|୦୬:   ସୋମବାରଠାରୁ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା । ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ, ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ ସ୍କୁଲରେ ନାଁ ଲେଖା ଆରମ୍ଭ ହୋଇଛି । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।

ନାମଲେଖାକୁ ସୁରୁଖୁରରେ ସମ୍ପାଦନ ତଥା କରୋନା ସଂକ୍ରମଣ ରୋକିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗ ତରଫରୁ ଜାରି ଗାଇଡଲାଇନ୍ ଅନୁସାରେ , ଏକ ସମୟରେ ୫ରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାଧ୍ୟ ।

ତେବେ ଜୁଲାଇ ୧୫ ମଧ୍ୟରେ ନାମଲେଖା ଶେଷ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.