ଆଜିଠୁ ସମସ୍ତ ସରକାରୀ ସ୍କୁଲରେ ନାମଲେଖା : ଛାତ୍ରଛାତ୍ରୀ ଆସିବାକୁ ମନା, ଏକାସଙ୍ଗେ ୫ଜଣ ଅଭିଭାବକଙ୍କୁ ଅନୁମତି

Published By : Prameya-News7 Bureau | April 27, 2021 IST

ଭୁବନେଶ୍ୱର ୨୭।୦୪:  ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ନାମଲେଖା ଆରମ୍ଭ । ଆଜିଠୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ ହୋଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିବ ।

ପ୍ରତି କାର୍ଯ୍ୟ ଦିବସରେ ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିବ। କୋଭିଡ୍ ଗାଇଡଲାଇନ୍ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସବୁ ଡ଼ିଇଓ,ବିଇଓ ଓ ଡ଼ିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏକାସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ବିଶୋଧନ ବାଧ୍ୟତାମୂଳକ କରାଯାଇଛି।

ସ୍କୁଲ ନୋଟିସ୍ ବୋର୍ଡରେ ଏ ସମ୍ପର୍କିତ ବିଜ୍ଞପ୍ତି ଲଗାଯିବା ସହ ‘ଶିକ୍ଷା ସଂଯୋଗ’ ହ୍ବାଟସ୍ -ଆପ୍ ଗ୍ରୁପ୍ ମାଧ୍ୟମରେ ସ୍କୁଲଗୁଡ଼ିକ ଅଭିଭାବକ ଓ ସିଆରସିସିଙ୍କୁ ଅବଗତ କରାଇବେ। କରୋନା କାଳରେ ଛାତ୍ରଛାତୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ପରୀକ୍ଷାକୁ ବାତିଲ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯାହାଫଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.