ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ନେଇ ଆଜି ପ୍ରଶାସନ ସ୍ତରର ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

Published By : Prameya-News7 Bureau | October 09, 2018 IST

ସାତକୋଶିଆ ୦୯/୧୦- ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ନେଇ ବଢିଛି ପ୍ରଶାସନର ଚିନ୍ତା । ଏଥିପାଇଁ ଆଜି ପ୍ରଶାସନ ସ୍ତରର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି ଉଠାଇଛନ୍ତି ସାତକୋଶିଆ ବାସୀ । ସେହିଭଳି ଜଳାପୋଡା ଭଙ୍ଗାରୁଜା କେସ୍ ଉଠାଇବା ପାଇଁ ଦାବି କରାଯାଇଛି ।ବନ୍ୟ ବିଭାଗ ବି କୋର ଏରିଆରେ ଥିବା ଗାଁ ଗୁଡିକୁ ଉଠାଇବାକୁ ପ୍ରସ୍ତାବ ରଖିଛି । ସେପଟେ ସାତକୋଶିଆର କୋର୍ ଏରିଆରେ ବାଘ କାହ୍ନା ସହ ଦୁଇ ବାଘୁଣୀ ବୁଲୁଥିବା ନେଇ ସୂଚନା ମିଲିଛି । ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଏନେଇ ବସିଥିଲା ବୈଠକ । ଏଥିରେ ସାତକୋଶିଆ ପ୍ରଜାସୁରକ୍ଷା ସମିତି ର ସଭ୍ୟ, ଜିଲାପାଳ,ଏଡିଏମ୍ ଅନୁଗୋଳ ଡିଏଫ୍ଓ ଉପସ୍ଥିତ ଥିଲେ । କୋର ଏରିଆ ମଧ୍ୟରୁ କିଛି ଗାଁକୁ ଉଠାଇବା ପାଇଁ ବନ ବିଭାଗ ପ୍ରସ୍ତାବ ରଖିଥିବା ବେଳେ ସାତକୋଶିଆ ବାସୀ ସୁନ୍ଦରୀକୁ ଏଠାରୁ ଶିଘ୍ର ସ୍ଥାନନ୍ତର ପାଇଁ ଦାବି ଉଠାଇଛନ୍ତି । ତେବେ ଅନୁଗୋଳ ଆଡିସିନାଲ୍ ପିସିସିଏଫ୍ ଅନୁପସ୍ଥିତ ଥିବାରୁ ପ୍ରଜା ସୁରକ୍ଷା ସମିତି ଅସନ୍ତୋଷ ପ୍ରକାଶ କରିଛି । ସେପଟେ ସାତକୋଶିଆର କୋର ଏରିଆରେ କୁଆଡେ ବାଘ କାହ୍ନା ପାଖାପାଖି ଅଞ୍ଚଳରେ ରହୁଛି ବାଘୁଣୀ ସୁନ୍ଦରୀ । ସାତକୋଶିଆରେ ଥିବା ଅନ୍ୟଏକ ବାଘୁଣୀ ସହିତ ପୂର୍ବରୁ କାହ୍ନା ବୁଲୁଥିବା ବେଳେ ଏବେ ସୁନ୍ଦରୀକୁ କୋର ଏରିଆରେ ପଶିବା ପରେ କାହ୍ନା ଓ ସୁନ୍ଦରୀ ନିକଟତର ହେଲେଣି । ଉଭୟ ପରସ୍ପରଠାରୁ ୨ରୁ ୩ କିମି ଦୂରରେ ବିଚରଣ କରୁଛନ୍ତି । ସାତକୋଶିଆର ବାଘୁଣୀ କାହ୍ନାର ନିକଟତର ହେବାକୁ ଚେଷ୍ଟା କଲେ ବି କାହ୍ନା ଏବେ ସୁନ୍ଦରୀ ପ୍ରେମରେ ପଡିଛି । ବାନ୍ଧବଗଡର ସୁନ୍ଦରୀ, ସାତକୋଶିଆର ବାଘୁଣୀ ଓ କାହ୍ନା ଏବେ ପାଖାପାଖି ୬ ରୁ ୭ କିମି ବ୍ୟବଧାନରେ ରହୁଛନ୍ତି । ସୁନ୍ଦରୀ ଓ କାହ୍ନା ଯେ କୌଣସି ସମୟରେ ନିକଟତର ହେବେ ବୋଲି ଆଶା ରଖିଛି ବନ ବିଭାଗ । ଏହି ସମୟରେ ସାଧାରଣତଃ ବାଘ ବାଘୁଣୀଙ୍କର ମେଟିଂ ସମୟ ଥିବାରୁ ସୁନ୍ଦରୀ ସାଥୀ ସଂଧାନରେ ଥିବା ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.